କାଶୀପୁର ଠାରେ ଶିକ୍ଷକଙ୍କ ସମୂହ ଗଣଧାରଣା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଶିକ୍ଷାବ୍ୟବସ୍ତା ବିପର୍ଯ୍ୟସ୍ତ, ସେପଟେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନିଶ୍ଚିତ।


ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଆଜିଠାରୁ ୩ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ୭୪୬ ଜଣ ଶିକ୍ଷକଙ୍କ ଗଣଧାରଣା ଆରମ୍ଭ ହେଇଯାଇଛି ।
ଦୀର୍ଘଦିନ ଧରି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକଙ୍କ ଦ୍ୱାରା ଉପୁଜିଥିବା ବିଭିନ୍ନ ଦାବି କୁ ସରକାର କୌଣସି କାରଣ ରୁ କ୍ରମାଗତ ଭାବେ ଅଣଦେଖା କରି ଆସୁଥିବା ବେଳେ ଶିକ୍ଷକ ମାନେ ବ୍ଲକ ଠାରୁ ଆରମ୍ଭ କରି ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ଜାରୀରଖିଛନ୍ତି। ହେଲେ ସରକାର ଶିକ୍ଷକଙ୍କ ନ୍ୟାର୍ୟ୍ଯଦାବି କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଥିବା ଫଳରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ପୂର୍ବ ନିଷ୍ପତ୍ତି କ୍ରମେ ଆଜି ଠାରୁ ଓଡ଼ିଶାର ପ୍ରତ୍ୟେକ ବ୍ଲକ ସଦର ମହକୁମା ଠାରେ ସଂଘ ପକ୍ଷରୁ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।

ଅନୁରୂପ ଧାରଣା କାର୍ଯ୍ୟକ୍ରମ କାଶୀପୁର ଗୋଷ୍ଟି ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ପ୍ରତି କରାଯାଉଥିବା ଅବିଚାର କୁ ନେଇ ଧାରଣାରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରୁ ଜିଲ୍ଲା ସଂଘ ସଭାପତି ସମନାଥ ଗରଡ଼ା , ବ୍ଲକ ସଂଘ ସଭାପତି ଅରୁଣ ନାଏକ,ଏକ୍ସ କେଡର ସଭାପତି ରତ୍ନାକର ନାଏକ, ହେମନ୍ତ କୁମାର ମହାରଣା, ଅରୁଣ ଆଚାର୍ଯ୍ୟ, ଅନୁରାଧ ଦେ, ଚନ୍ଦ୍ରାବତୀ ପଣ୍ଡା, ବାଲମଣି ମାଝି, ରାମନାଥ ମାଝୀ, ଦୁଲବ ସାଉନ୍ତା,ଦୁର୍ଯ୍ୟ ମାଝୀ,କାଳୁ ମାଝି, ଲିପ୍ତ କେଶରୀ ବେହେରା ଓ ଅନ୍ୟ ସମସ୍ତ ବର୍ଗର ଶିକ୍ଷକ ଶୀକ୍ଷୀୟତ୍ରୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault