ହତ୍ଯା କରି କୂଅରେ ଫୋପାଡି ଦେଇଥିଲା ପ୍ରେମିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

* ବାଙ୍ଗାଲୋର ରୁ ଗିରଫ କଲା ପୁଲିସ
* ପୁଲିସର କ୍ରାଇମ ରିକ୍ରିଏସନ୍‌

ରାଇଘର/ପୁଷ୍ପରାଣୀ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଟୁଗାଁ ଗ୍ରାମର ଆଶାରାମ ଗଣ୍ଡଙ୍କ ନାବାଳିକା ଝିଅ ଝରଣା ଗଣ୍ଡ ଗତ ଅଗଷ୍ଟ ୩୧ ତାରିଖ ରାତିରୁ ଘରୁ ବାହାରି ନିଖୋଜ ହୋଇଥିବା ବେଳେ ତାର ମରଶରୀର ଗତ ୧ ତାରିଖ ଦିନ ଏକ ଜମି ମଧ୍ୟରେ ରହିଥିବା କୂଅରୁ ଉଦ୍ଧାର ହୋଇଥିଲା | ଝରଣାର ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହେବା ପରେ ରାଇଘର ପୁଲିସ ଘଟଣାକୁ ଗୁରୁତ୍ବ ଦେଇ ତଦନ୍ତ ଆରମ୍ଭ କରିବା ସହ ଝରଣାକୁ ହତ୍ଯା କରି କୂଅରେ ଫୋପାଡି ଦେଇଥିବା ଜାଣି ପାରିଥିଲା l ପରେ ଏହି ଘଟଣାରେ ତାର ପ୍ରେମିକ ଉକ୍ତ ଗ୍ରାମର ମହେଶ ମାଳୀ ସମ୍ପୃକ୍ତ ଥିବା ଜାଣିପାରି ତାକୁ ଖୋଜାଖୋଜି ଆରମ୍ଭ କରିଥିଲା l ଶେଷରେ ମହେଶ କୁ ବାଙ୍ଗାଲୋର ରୁ ଗିରଫ କରି ଆଣି ପଚରାଉଚରା କରିଥିଲା l ତେବେ ଉକ୍ତ ଦିନର ଘଟଣା କ୍ରମକୁ ପୁଲିସ ପକ୍ଷରୁ କ୍ରାଇମ ରିକ୍ରିଏସନ୍‌ କରିଥିବା ଜଣାପଡିଛି | ଅଭିଯୁକ୍ତ ମହେଶ କୁ ଘଟଣା ସ୍ଥଳରେ ନେଇ ସେ ଦିନର ଘଟଣା କ୍ରମକୁ ଋପରେଖା ଦିଆଯାଇଥିଲା l ତେବେ ଘଟଣା ସ୍ଥଳରେ ଗ୍ରାମବାସୀଙ୍କ ଭିଡ଼ ଜମି ଥିବାରୁ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା l
ପ୍ରକାଶ ଥାଉକି ଗତ ଅଗଷ୍ଟ ମାସ ୩୧ ତାରିଖ ସନ୍ଧ୍ୟା ସମୟରେ ଝରଣା ଘରୁ ବାହାରି କେଉଁଆଡ଼େ ଚାଲିଯାଇଥିଲେ l ସେଦିନ ରାତିରେ ଘରେ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ଏଣେତେଣେ ଖୋଜାଖୋଜି କରିଥିଲେ ହେଁ ଝରଣାର କୌଣସି ଖବର ମିଳି ନଥିଲା | ଅନ୍ୟପଟେ ସେପ୍ଟେମ୍ବର ୧ ତାରିଖ ସକାଳୁ ଖୁଟୁଗାଁ ନିକଟସ୍ଥ ଏକ ଚାଷ ଜମିରେ ଥିବା କୂଅ ଭିତରେ ତାର ମୃତ ଦେହ ଭାଷୁଥିବା କିଛି ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ | ଅନ୍ୟପଟେ ଝରଣାକୁ କିଏ ମାରି ଫୋପାଡି ଦେଇଥିବା ପରିବାର ପକ୍ଷରୁ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗ ପାଇ ଘଟଣା ସ୍ଥଳରେ ଥାନା ଅଧିକାରୀ ରଘୁନାଥ ମାଝୀ ପହଞ୍ଚିବା ସହିତ ଦମକଳ ବାହିନୀର ସହାୟତାରେ କୂଅ ମଧ୍ୟରୁ ଝରଣାର ମୃତଦେହକୁ ଉଦ୍ଧାର ହୋଇଥିଲା | ଘଟଣାଟି ସମ୍ବେଦନଶୀଳ ରହିଥିବା ସହିତ ପରିବାରର ଅଭିଯୋଗ ଅନୁଯାଇ ସାଇଣ୍ଟିଫିକ ଟିମ୍ ଡକାଇ ଘଟଣାର ତଦନ୍ତ କରାଯାଇଥିଲା | ଅଭିଯୋଗକୁ ଆଧାର କରି ପୁଲିସ ଏକ ହତ୍ୟା ମାମଲା ଋଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ l

0
0
0
s2sdefault