ବାସୁଦେବପୁର ରେ ବର୍ଷା ରେ ଭିଜି ଶିକ୍ଷକ ଦେଲେ ଗଣ ଧାରଣା,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର -ପ୍ରବଳ ବର୍ଷା ସତ୍ବେ ଶିକ୍ଷକ ମାନେ ତିନି ଦଫା ଦାବିରେ ସ୍ଥାନୀୟ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ଆଗରେ ଧାରଣା ରେ ବସିଛନ୍ତି। ଆସନ୍ତା ଷୋମବାର ଠାରୁ ସମୂହ ଛୁଟି ରେ ରହିବେ ବୋଲି ଶିକ୍ଷକ ମାନେ କହିଛନ୍ତି। ଶୁକ୍ରବାର ବାସୁଦେବପୁର ଶିକ୍ଷକ ସଂଘ ପକ୍ଷରୁ ସଭାପତି ଗୟାଧର ଦାସ, ସମ୍ପାଦକ ବୃନ୍ଦାବନ ବାରିକ୍, କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ, ହେମନ୍ତ ମଲ୍ଲିକ, ଅମିୟ ପାଣିଗ୍ରାହୀ, ଦୈତାରି ବେହେରା, ପ୍ରଶାନ୍ତ ଧଳ, ଲିଯା ରାଣୀ ସାହୁ ଙ୍କ ସହ ପଚାଶ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଛୁଟି ରେ ଆସି ତିନି ଦଫା ଦାବିରେ ଗଣ ଧାରଣା ରେ ବସିଥିଲେ। ଆସନ୍ତା ଷୋମବାର ଠାରୁ ସମୂହ ଛୁଟିରେ ରହିବେ ବୋଲି ଶିକ୍ଷକ ସଂଘ ପ୍ରକାଶ କରିଛି। ସରକାର ସେମାନଙ୍କର ତିନି ଦଫା ଦାବି ପୂରଣ କରନ୍ତୁ ବୋଲି ଉପସ୍ଥିତ ଶିକ୍ଷକ ମାନେ ପ୍ରକାଶ କରିଛନ୍ତି।

0
0
0
s2sdefault