ହେଡଲାଇନସ୍:

ଶ୍ରୀ ଶ୍ରୀ ସାରସତ୍ଵ ଗୌଡ଼ିୟ ମଠ ରେ ଜନ୍ମାଷ୍ଟମୀ ମହୋତ୍ସବ ପାଳନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାରସକଣା ରୁ ଦିପୁ ମହାପାତ୍ର :  ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବଡ଼ଚାଟରା ସ୍ଥିତ ଶ୍ରୀ ଶ୍ରୀ ସାରସତ୍ୱ ଗୌଡିୟ ମଠ ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ମହା ସମାରୋହ ର ସହିତ ପାଳନ କରାଯାଇଛି। ଏହି ସମାରୋହ ରେ ଅନେକ ଗୌଡ଼ିୟ ଭକ୍ତ ମାନେ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଜନ୍ମାଷ୍ଟମୀ ଅବସରରେ ବିଭିନ୍ନ ପ୍ରକାର ନିତିକାନ୍ତି ରେ ପୂଜା ଅର୍ଚ୍ଚନା କରିବା ସହିତ ଭଜନ କୀର୍ତ୍ତନ କରିବାର ପରିଲକ୍ଷିତ ହୋଇଥିଲା । ଭଜନ କୀର୍ତ୍ତନ ରେ ଭକ୍ତ ମାନେ କୃଷ୍ଣ ଜନ୍ମ ରେ ବିଭୋର ହୋଇ ଭଜନ ଗାନ କରିବା ସହିତ ଧ୍ୟାନ ପୂର୍ବକ ନୃତ୍ୟ କରିଥିଲେ ।ପରିଶେଷରେ ସମସ୍ତ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ପ୍ରସାଦ ସେବନ କରି ଭକ୍ତ ମାନେ ମହା ଆନନ୍ଦରେ ନିଜ ନିଜର ଗୃହ କୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

 

0
0
0
s2sdefault