ହେଡଲାଇନସ୍:

ହାତୀ, ବରାହ ଉପଦ୍ରଵରେ ଫସଲ କ୍ଷତିଗ୍ରସ୍ତ: ଫସଲ ଅମଳ ପ୍ରଥମରୁ ଚାଷୀ ମୁଣ୍ଡରେ ଚଡକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା 08/09/23 ପ୍ରଥମେ ପ୍ରବଳ ବର୍ଷା, ବାଙ୍କୀ ପରେ ଏବେ ଜଙ୍ଗଲୀ ହାତୀ, ବରାହ, ମାଙ୍କଡ଼ ଙ୍କ ଲୋକଙ୍କ ଚାଷ ଜମିରେ ଉତ୍ପାତ ଦିଖିବାକୁ ମିଳୁଛି l ଲୋକେ ନିଜ ଫସଲକୁ ରକ୍ଷା କରିବା ନିମନ୍ତେ ଚିନ୍ତାରେ ରହୁଥିବାବେଳେ ବନ ବିଭାଗ ପକ୍ଷରୁ ମଧ୍ୟ୍ୟ ହାତୀ ଗଉଡ଼ଇବା ପ୍ରଚେଷ୍ଟା ଚାଲିଛି l

ବାମଡା ବନ୍ୟପ୍ରାଣୀ ବନଖଣ୍ଡ ଜମନକିରା ରେଞ୍ଜ ଅଧିନସ୍ତ କଟଙ୍ଗପାଣି, ଫୁଲକୁଶମ, ବାଞ୍ଜିଆମ, ବଡ଼ମାଳ, ଟାଙ୍ଗରାଣୀ ଅନେକ ଗ୍ରାମରେ ଏବେ ହାତୀ, ବରାହ ପଶି ଲୋକଙ୍କ ଚାଷ ଜମି କ୍ଷତିଗ୍ରସ୍ତ କରୁଥିବା ଅଭିଯୋଗ ହୋଇଛି l ବିଗତ ସାତଦିନ ରୁ ଅଧିକ ହେବ 12 ଟିକିଆ ହାତୀ ପଲ ଲେମେନ ଜଙ୍ଗଲରେ ରହୁଥିବା ଗ୍ରାମବାସୀ କହିଛନ୍ତି l ସଂଧ୍ୟା ପାହିଲେ ଜଙ୍ଗଲରୁ ଓହରି ଆସି ଲୋକଙ୍କ ଚାଷ ଜମିରେ ପଶି ଫସଲ ନଷ୍ଟ କରିବା ସହ ଦଳିଚକଟି ପୁଣି ଜଙ୍ଗଲ ଭିତରକୁ ଚାଲି ଯାଉଛନ୍ତି l ବିଗତ ବର୍ଷରେ ହାତୀପଲ ଏହି ଅଞ୍ଚଳରେ ଦୁଇ ମାସ ଧରି ରହି ଫସଲ ନଷ୍ଟ କରିଥିବାବେଳେ ଚଳିତ ବର୍ଷ ଫସଲ ଆରମ୍ଭରୁ ଆସି ଫସଲ ନଷ୍ଟ କଲେଣି l ଆଗାମୀ ମାସେକୁ ଗ୍ରାମମାନଙ୍କ ଧାନ ଅମଳ ହେବା ପୂର୍ବରୁ ସମସ୍ତ ଚାଷ କ୍ଷତିଗ୍ରସ୍ତ ହୋଇଯାଇଥିବା ନେଇ ଏବେ ଚାଷୀ ଚିନ୍ତାରେ ପଡିଛନ୍ତି l ଏବେ ଗ୍ରାମବାସୀ ହାତୀ ଭୟରେ ଜଙ୍ଗଲକୁ ଯିବାକୁ ମଧ୍ୟ ଭୟରେ ଥିବା ମତବ୍ୟକ୍ତ କରିଛନ୍ତି l ପୁଣି ଜଙ୍ଗଲୀ ବରାହ ଓ ମାଙ୍କଡ଼ ଙ୍କ ଅଲଗା ଉତ୍ପାତ ଲାଗି ରହିଛି l ଏହାକୁ ନେଇ ଚାଷୀ ନିଜ ଫସଲ ଅମଳ ହେବା ଆଶା ଛାଡି ରଖିଥିବା ବେଳେ ଚଳିତ ବର୍ଷ ଏ ଅଞ୍ଚଳକୁ ସରକାରଙ୍କ ପକ୍ଷରୁ ଇନ୍ସୁରେନ୍ସ ଅନ୍ତର୍ଭୁକ୍ତ କରାଯିବାକୁ ଦାବୀ ହେଉଛି l

0
0
0
s2sdefault