ଜମନକିରା 08/09/23 ଗୋଟିଏ ପକ୍ଷରେ ସରକାର ସ୍ଵଛ ଭାରତର ଅଭିଯାନ ଆରମ୍ଭ କରି ଦେଶକୁ ସ୍ୱଚ୍ଛ ଭାରତ ସଂକଳ୍ପ ଜାରି ରଖିଥିବା ବେଳେ ଏବେବି ଅନେକ ସ୍ଥାନରେ ଏହାର ଅବମାନନା କରାଯଉଛି l
ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ସଦର ଛକରେ କୁଢ଼ କୁଢ଼ ଆବର୍ଜନା ଅଳିଆ ଜମା ହୋଇରହୁଥିବା ଦିଖିବାକୁ ମିଲୁଛି l ଭୋଜପୁର ଛକଟି ଏକା ସାଙ୍ଗରେ କୁଚିଣ୍ଡା, ସମ୍ବଲପୁର ଓ ଦେବଗଡ଼କୁ ସଂଯୋଗ କରୁଥିବାବେଳେ ଏଠି ସଦାବେଳେ ଯାତ୍ରୀଙ୍କ ଜନଗହଳି ଲାଗି ରହିଥାଏ l କିନ୍ତୁ ଏଠାକୁ ଆସୁଥିବା ଯାତ୍ରୀ ଏଠାକାର ପରିବେଶକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି l ପ୍ରତ୍ୟୋକ ସମୟରେ ଭୋଜପୁର ମଧ୍ୟ୍ୟ ବଷ୍ଟାଣ୍ଡରେ ଥିବା ଶୌଚାଳୟ ନିକଟରେ କୁଢ଼ କୁଢ଼ ଆବର୍ଜନା ଗଦା ହେଉଥିବା ଦିଖିବାକୁ ମିଲୁଛି l ପୁଣି ନିକଟସ୍ଥ ଶୌଚାଳୟଟି ସଦାବେଳେ ଅପରିଷ୍କାର ରହୁଥିବା ସହ ପଞ୍ଚାୟତ କାର୍ଯ୍ୟାଳୟର ରକ୍ଷଣା ବେକ୍ଷଣ ଅଭାବରୁ ଏଠି ନା ପାଣି ବାହାରୁଚି ନା ସଫେଇ କରାଯଉଛି l ଯା ଫଳରେ ଶୌଚାଳୟଟି ନାହିଁ ନ ଥିବା ଅବସ୍ଥାରେ ପଡି ରହିଛି l ଶୌଚାଳୟ ଟି ଅବ୍ୟବହାର ଯୋଗ୍ୟ ହେଇଥିବା ବେଳେ ଏଠାକୁ ଆସୁଥିବା ଯାତ୍ରୀ ପ୍ରତ୍ୟୋକ ସମୟରେ ବାହାରେ ପରିସ୍ରା କରୁଥିବା ଦିଖିବାକୁ ମିଲୁଛି l ପୁଣି ଶୌଚାଳୟ ଓ ଅଳିଆ ଗଦା ଶମ୍ବୁଖରେ ଅଙ୍ଗନବାଡି କେନ୍ଦ୍ରଟି ରହିଥିବା ବେଳେ ଏଟାକୁ ଆସୁଥିବା କୁନି କୁନି ଶିଶୁଙ୍କ ମସ୍ତିଷ୍କରେ ସ୍ୱଚ୍ଛ ଭାରତ ଅଭିଯାନର କୁ ପ୍ରଭାବ ପଡୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି l ବର୍ଷା ଜଳ ପ୍ରବାହିତ ହେଲେ ଅଳିଆଗଦାର ମାଇଲା ଆବର୍ଜନା ରାସ୍ତା କଡ଼କୁ ପାଣିରେ ଚାଲି ଆସୁଥିବା ବେଳେ ଏଠାକାର ପରିବେଶ ଦୂଷିତ ହେଉଛି l ଯାହା ଫଳରେ ଆସୁଥିବା ଯାତ୍ରୀ ନିକଟସ୍ତ ଅଞ୍ଚଳରେ ବସିବା ପାଇଁ ଘୃଣ୍ୟ ମନେ କରୁଥିବା ସହ ଏହାର ନିନ୍ଦା କରୁଛନ୍ତି l ଭୋଜପୁର ବସଟାଣ୍ଡରୁ ପଞ୍ଚାୟତ କାର୍ଯ୍ୟାଳୟଟି ଅଳ୍ପ ଦୂରରେ ରହିଥିଲେ ମଧ୍ୟ୍ୟ ପଞ୍ଚାୟତ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଉନାହାନ୍ତି l ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବା ସଫେଇ ଅର୍ଥରାଶି କୁଆଡେ ହଜି ଯାଉଛି ବୋଲି ପ୍ରଶ୍ନବାଚୀ ହେଉଛି l ପୁଣି ପ୍ରତ୍ୟୋକ ଏକ ମାସରେ ଥରୁଟିଏ ଏହି ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ ରହୁଥିବାବେଳେ ଏଠାକୁ ଆସୁଥିବା ବ୍ଲକ ପ୍ରଶାସନ ମଧ୍ୟ୍ୟ ଏହାକୁ ଅଣଦେଖା କରୁଛନ୍ତି l ତୁରନ୍ତ ଏହି ଅଞ୍ଚକକୁ ସଫା କରାଯିବାକୁ ଅଞ୍ଚଳବାସୀଙ୍କ ଦାବୀ ହେଉଛି l








