ହେଡଲାଇନସ୍:

ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ-ବାୟୁ ଦିବସ ପାଳନ ଅବସରରେ ସ୍ଵାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ସମେତ ଗ୍ରାମ୍ୟ ଓ ପୌର ପରିଷଦ ସ୍ତରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି।
ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ସଚେତନତା ଶୋଭାଯାତ୍ରା , ସଭା , ଦସ୍ତଖତ ଅଭିଯାନ , ବୃକ୍ଷ ରୋପଣ ଓ ଶପଥ ପାଠ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସିଡିଏମଓ ଙ୍କ କାର୍ଯ୍ୟାଳୟ ପରିସରରୁ ଏଏନଏମ ତାଲିମ ନେଉଥିବା ଛାତ୍ରୀ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହାକୁ ସିଡିଏମଓ ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ପରେ ସଚେତନତା ସଭା ସ୍ଥଳ ପରିସରରେ ସମସ୍ତଙ୍କୁ ନେଇ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହାପରେ ସିଡିଏମଓ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଏକ ସଚେତନତା ସଭା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଅଧ୍ୟକ୍ଷତା କରି ଆମ ପରିବେଶକୁ ଆମେ ଯଦି ସ୍ୱଚ୍ଛ ରଖିବା ଏବଂ ଆମ ବାୟୁ ମଣ୍ଡଳ ଯଦି ନିର୍ମଳ ରହିବ ତା ହେଲେ ଆମ ମାନଙ୍କ ସାମୁହିକ ପ୍ରଗତି ସମ୍ଭବ ହେବ , ସ୍ଵାସ୍ଥ୍ୟଗତ ରୋଗ କମିଯିବ। ବାୟୁମଣ୍ଡଳ ଦୂଷିତ ହେବା ଫଳରେ ଆମର ବିଭିନ୍ନ ପ୍ରକାରର ବାୟୁ ପ୍ରଦୂଷିତ ରୋଗ ଯଥା:- କର୍କଟ , ପେଟ , ଚର୍ମ ପ୍ରଭୁତି ରୋଗ ହୋଇଥାଏ , ତେଣୁ ଆମ ସମସ୍ତେ ପ୍ରତିଜ୍ଞା ବଦ୍ଧ ହୋଇ ଗଛଟିଏ ଲଗାଇବା , ଯାହା ଫଳରେ ବାୟୁରେ ଅମ୍ଳଜାନ ରହିବ। ଆମେ ଠିକ୍ ପରିବେଶରେ ବଞ୍ଚି ରହିବା ସହ ସୁସ୍ଥ ସମାଜ ଗଠନ ହେବାରେ ସହାୟକ ହୋଇପାରିବ ବୋଲି କହିଥିଲେ।
ପରେ ଗୁରାଣ୍ଡି ପିଏଚଇଓ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।
ଏହି ଅବସରରେ ସିଡିଏମଓଙ୍କ କାର୍ଯ୍ୟାଳୟ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏଚଓ ଡ଼ାଃ ମୁବାରକ ଅଲ୍ଲୀ , ଏଡିପିଏଚଓ ଆନନ୍ଦ ସାମନ୍ତରାୟ , ଡିପିମ ସୌମ୍ୟାରାଣୀ ଗୌଡ଼ , ଏଡିପିଏଚସିଓ ନୟନା ମଲ୍ଲିକ , ଡିଏମଆରସିଏଚ ଶ୍ରୀମତୀ ପ୍ରଣତି ସାହୁ ଏବଂ ଡିଡିଏମ- ଆଇଡିଏସପି ଶ୍ରୀତୁଷାର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ।
ସେହିଭଳି ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପାରଳାଖେମୁଣ୍ଡି ପୌର ପରିଷଦ ସଭା ଗୃହ ଠାରେ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ କାର୍ଯ୍ୟକ୍ରମ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାଃ ପତିତପାବନ ବାରିକ , ବିପିଏଚଓ ମମତା ପାଢ଼ୀ , ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବନମାଳୀ ଶତପଥୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ସୁସ୍ଥ ବାୟୁ ମଣ୍ଡଳ ସୃଷ୍ଟି କରିବା , ସୁସ୍ଥ ବାୟୁ ଗ୍ରହଣ କରିବା , ସୁସ୍ଥ ଜୀବନ କରାଇବା ଏବଂ ସବୁଜ ନୀଳ ଆକାଶକୁ ଉପଭୋଗ କରିବା ପ୍ରଭୃତି ଉପରେ ଆହ୍ବାନ କରିଥିଲେ।
ମୁଖ୍ୟତଃ ମଟର ଯାନ କମ କରିବା ସହ ସାଇକଲ ବ୍ୟବହାର କରିବା , ପରିବେଶ ଅନୁକୂଳ ଯାନ ବ୍ୟବହାର କରିବା , ବ୍ୟକ୍ତିଗତ ଯାନ ବଦଳରେ ସାଧାରଣ ପରିବହନ ଯାନର ଉପଯୋଗ କରିବା , ଗଛ ଲଗାଇବା ସହ ଜଙ୍ଗଲ ସୁରକ୍ଷା କରିବା , ଶକ୍ତିର ବିକଳ୍ପ ମାଧ୍ୟମ ଆପଣେଇବା , ଜଙ୍ଗଲରେ ନିଆଁ ନ ଲଗାଇବା ଏବଂ ଅନ୍ୟାନ୍ୟ ଆବର୍ଜନା ପୋଡ଼ି ଧୁଆଁ ସୃଷ୍ଟି ନ କରିବା ଉପରେ ସଚେତନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର ଅଧିକାରୀ , ଯନ୍ତ୍ରୀ , କର୍ମଚାରୀ ଓ ସମସ୍ତ କାଉନସିଲର ମାନେ ଯୋଗ ଦେଇଥିଲେ।

0
0
0
s2sdefault