କାଫେ ଏବଂ କୃଷି ଓ ସୂଚନା ପରାମର୍ଶ କେନ୍ଦ୍ର ଉଦ୍ଘାଟିତ : କୃଷକ ଏବଂ ମିଶନ ଶକ୍ତି ମହିଳା ଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ l
(ନିଶ୍ଚିନ୍ତକୋଇଲି- ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାରୀ ମାନଙ୍କୁ ସ୍ୱାବଲମ୍ବୀ, ସଶକ୍ତ, ଆତ୍ମନିର୍ଭରଶୀଳ କରିବା ଉଦେଶ୍ୟରେ ମହିଳା ମିଶନ ଶକ୍ତି ଯୋଜନା ପ୍ରଣୟନ କରିବା ସହିତ କୃଷି ଓ କୃଷକର ବିକାଶ ପାଇଁ ବହୁ ବିକାଶମୂଳକ ଯୋଜନା ପ୍ରଣୟନ କରିଛନ୍ତି l ଯେଉଁ ଯୋଜନାମାନ ସ୍ଥାନୀୟ ବିଧାୟକ ଙ୍କ ଜରିଆରେ ଜନସାଧାରଣଙ୍କ ନିକଟରେ ପହଞ୍ଚିପାରୁଛି l ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ପରିସରରେ ସରୂପା ବ୍ଲକ ସ୍ତରୀୟ ମିଶନ ଶକ୍ତି ମହିଳାମାନଙ୍କ ପାଇଁ ନୂତନ ଭାବେ ନିର୍ମାଣ କରାଯାଇଥିବା ମିଶନ ଶକ୍ତି ଭବନ, ମିଶନ ଶକ୍ତି କାଫେ ଏବଂ କୃଷକମାନଙ୍କ ପାଇଁ କୃଷି ଓ ସୂଚନା ପରାମର୍ଶ କେନ୍ଦ୍ରର ସଭାଗୃହ ଉଦଘାଟିତ ହୋଇଯାଇଛି l ପୂର୍ବତନ ମନ୍ତ୍ରୀଦ୍ଵୟ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଏହି ନୂତନ ପ୍ରକଳ୍ପ ଗୁଡ଼ିକୁ ଉଦଘାଟନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାରୀ ମାନଙ୍କୁ ସଶକ୍ତ, ଆତ୍ମନିର୍ଭରଶୀଳ କରିବା ପାଇଁ ମହିଳା ମିଶନ ଶକ୍ତି ଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହାପାଇଁ ଆଜି ନାରୀମାନେ ନିଜେ ସ୍ୱାବଲମ୍ବୀ ହେବା ସହିତ ପରିବାର ଚଳାଇବାକୁ ସକ୍ଷମ ହୋଇଛନ୍ତି, ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଆଧୁନିକ ଜ୍ଞାନ କୌଶଳ କାର୍ଯ୍ୟକାରୀ କରିବା ସହିତ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ୪୧ଜଣ ଚାଷୀଙ୍କୁ ଦୁଇ ବିଧାୟକ ସମ୍ବର୍ଦ୍ଧିତ କରିଥିଲା ବେଳେ ୬୨ ଜଣ କୁକୁଡ଼ା ଚାଷୀଙ୍କୁ ୧ଲକ୍ଷ ୬୨ହଜାର ଲେଖାଏଁ ରିହାତି ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ । ଅପରପକ୍ଷରେ ୪୬ଟି ମହିଳା ସୟଂ ସହାୟକ ଗୋଷ୍ଠୀକୁ ୨କୋଟି ୧୨ଲକ୍ଷ ୪୦ହଜାର ଟଙ୍କାର ଋଣ ପ୍ରଦାନ ପାଇଁ ବ୍ୟାଙ୍କ ମଂଜୁରୀ ପତ୍ର, ୩୦ ମହିଳା ସୟଂ ସହାୟକ ଗୋଷ୍ଠୀକୁ ୪ଲକ୍ଷ ୫୦ ହଜାର ପ୍ରୋତ୍ସାହନ ରାଶି ଏବଂ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ଗୁଡ଼ିକୁ ୧କୋଟି ୪୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମନ୍ବିତ ଶିଶୁ ବିକାଶ ଯୋଜନା ବିଭାଗ ପକ୍ଷରୁ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା ।
ସରୂପା ବ୍ଳକ ସ୍ତରୀୟ ମହିଳା ମିଶନ ଶକ୍ତି ମହାସଂଘର ସଭାନେତ୍ରୀ କନକଲତା ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ମୁଖ୍ୟବକ୍ତା ଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ସମ୍ମାନୀତ ଅତିଥି ଭାବେ ମହାସଂଘର ସମ୍ପାଦିକା ସତ୍ୟଭାମା ନାୟକ, ବ୍ଳକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସଡ଼ିପିଓ ସତ୍ୟଭାମା ବିଶୋଇ, ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ, ତହସିଲଦାର ଦିଲ୍ଲୀପ କୁମାର ନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ବିଜେଡ଼ି କୃଷକ ସଂଗଠନ ସଭାପତି ଜ୍ୟୋତିପ୍ରକାଶ ସାଇଁ,ବ୍ଳକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ,ଜୋନ ସଭାପତି ଅନିଲ ଭୂୟାଁ, ପ୍ରମୋଦ ସ୍ୱାଇଁ, ମିଶନ ଶକ୍ତି ବ୍ଳକ ପ୍ରକଳ୍ପ ପରିଚାଳକ ତନୁଜା ସାହୁ, ବ୍ଳକ ପ୍ରକଳ୍ପ ସଂଯୋଜକ ଜ୍ୟୋତିରଂଜନ ସାହୁ, ବ୍ଳକ ଜୀବିକା ସଂଯୋଜିକା ମୋନାଲିସା ପଣ୍ଡା, ବ୍ଳକ ହିସାବ ପରିଚାଳକ ଦୀପାଳୀ ସାହୁ, ଜିଲ୍ଲାପରିଷଦ ବିପ୍ଳବ କାପ, ବିଳାସ ଭୋଇ,ଭୂପତିଭୂଷଣ ଷଣ୍ଢ, ବ୍ଳକ କୃଷି ଅଧିକାରୀ ସୁରେନ୍ଦ୍ରନାଥ ଘୋଡ଼ା, ସହକାରୀ କୃଷି ଅଧିକାରୀ ସିଦ୍ଧାର୍ଥ ସାରଥୀ ପରିଡ଼ା, ଆତ୍ମା ଅଧିକାରୀ ଅରବିନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଏମବିକେ, ସିଆରପି, ଇସି ଏବଂ ହଜାର ହଜାର ସଂଖ୍ୟାରେ ସ୍ୱୟଂ ଗୋଷ୍ଠି ମହିଳା ମାନେ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।








