ହେଡଲାଇନସ୍:

ଡଃ ଆରତୀ କରଙ୍କ ' ପୁଣ୍ୟାତ୍ମା ଗୋପବନ୍ଧୁ ' ପୁସ୍ତକ ଉନ୍ମୋଚନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା(ବସନ୍ତ କୁମାର ଜେନା):- ଭୁବନେଶ୍ବର ର ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସ ମଣ୍ଡଳ ଦ୍ବାରା ପ୍ରକାଶିତ ଡଃ ଆରତୀ କରଙ୍କ ରଚିତ ପୁସ୍ତକ ' ପୁଣ୍ୟାତ୍ମା ଗୋପବନ୍ଧୁ ' ସିଭିଲଟାଉନ ସିପ ସ୍ଥିତ ନିଉ ଏଲଆଇସି କଲୋନୀର ଡେଭଲୋପଡ ଏରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଉନ୍ମୋଚିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜ୍ୟେଶ୍ରୀ ଶତପଥୀଙ୍କ ସଭାପତିତ୍ବରେ ଓ ନ୍ୟାସ ମଣ୍ଡଳ ର ଇଂ ନିରଞ୍ଜନ ପଣ୍ଡାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ଶିକ୍ଷାବିତ୍ ନାରାୟଣ ଭୋଳ ସମ୍ମାନିତ ଅତିଥି ଓ ବ୍ରାହ୍ମଣୀ ଆଇଟିଆଇ ର ଅଧ୍ୟକ୍ଷ ଇଂ ସୁଜାତ କୁମାର ଦାଶ ମୁଖ୍ୟବକ୍ତା ତଥା ସଂଯୋଜକ ଭାବେ ଯୋଗଦେଇଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଥିଲେ ଚିନ୍ତା ଓ ଚେତନାର ପ୍ରତୀକ । ଦେଶର ପ୍ରଗତି ଦେଶର ଇତିହାସ ଉପରେ ନିର୍ଭର କରେ। ଉତ୍କଳମଣି ସେବା କ୍ଷେତ୍ରରେ ଏକ ସଶ୍ରଦ୍ଧ ଉଚ୍ଚାରଣ। ସେ ଏକାଧାରରେ ସାମ୍ବାଦିକ, କବି, ସଂଗଠକ, ଶିକ୍ଷାବିତ, ସମାଜ ସଂସ୍କାରକ ଥିଲେ। ଡଃ କରଙ୍କ ଏହି ପୁସ୍ତକରେ ସର୍ବିଶେଷ ତଥ୍ୟ ଥିବାରୁ ଏହା ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ହୋଇପାରିବ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରମତୀ ଶତପଥୀ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ଅଶୋକ କୁମାର ସାହୁ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ଓ ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ। ଶେଷରେ ଶିକ୍ଷକ ସଂଜୀବ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟତମ ଅତିଥି ଭାବେ ସଂଘମିତ୍ରା ପଣ୍ଡା ଉପସ୍ଥିତ ଥିବାବେଳେ ଅତିଥିମାନଙ୍କ ଦ୍ବାରା ପୁଣ୍ୟାତ୍ମା ଗୋପବନ୍ଧୁ ପୁସ୍ତକ ଉନ୍ମୋଚନ କରାଯିବା ସହ ପୁସ୍ତକ ଗୁଡିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସବିତା ଦାସ,ରଶ୍ମିତା ନାୟକ,ମୀନାରାଣୀ ଧର, ଅକ୍ଷୟ ମାଝୀ,ଶ୍ରଦ୍ଧାଞ୍ଜଳି ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

0
0
0
s2sdefault