କୁଚିଣ୍ଡା/ଜମନକିରା 07/09/23 )କୁଚିଣ୍ଡା ବ୍ଲକ କୁସୁମୀ ପଞ୍ଚାୟତ ବଡବାହାଲ ସ୍ଥିତ ଗୁଦଗୁଦା ଜଳପ୍ରପାତ ରେ ଗତକାଲି ଜିଖୋଜ ହୋଇଥିବା ଯୁବକଙ୍କ ମୃତ ଦେହ ଆଜି ପ୍ରାୟ 12 ଟା ସମୟ ରେ ଓଡ୍ରାଫ ଦଳ ଉଦ୍ଧାର କରିଛି l ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତର ଖାନା ପଠାଯାଇଛି l
ସୂଚନା ଅନୁଯାଇ ଆନ୍ଦ୍ରପ୍ରଦେଶ, ସାଇ ନଗର ଅଞ୍ଚଳ ର କୋଳି ଭିରା ହନୁମାନ (21) ଝାରସୁଗୁଡା ରେ ଥିବା ଜେ.ଏସ. ଡବ୍ଲୁ କମ୍ପାନୀ ରେ କାମ କରନ୍ତି l ଛୁଟି ମନାଇବାକୁ ଗତକାଲି ପ୍ରାୟ 11 ଜଣା ସାଙ୍ଗମାନଙ୍କ ସହ ଗୁଦଗୁଦା ଜଳପ୍ରପାତ କୁ ବୁଲିବାକୁ ଯାଇଥିଲେ l ହେଲେ ଦ୍ୱିପହର ପ୍ରାୟ 1ଟା ସମୟରେ ଜଳପ୍ରପାତ ର କୁଣ୍ଡ ରେ ଗାଧୋଉ ଥିବା ବେଳେ ଯୁବକ ଜଣକ ହଟାତ ନିଖୋଜ ହୋଇଯାଇ ଥିଲେ l ପରେ ଖବର ପାଇ କୁଚିଣ୍ଡା ଅଗ୍ନିଶମ ଓ ବନବିଭାଗ ପହଞ୍ଚି ରାତ୍ରି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକ ର ପତା ମିଳି ନ ଥିଳା । ଆଜି ସକାଳୁ ଓଡ୍ରାଫ ଦଳ ପହଞ୍ଚି ଦୀର୍ଘ ସମୟ ପାଣିରେ ବୁଡିବା ପରେ ପ୍ରାୟ ଅପରାହ୍ନ 12 ଟା ରେ ଯୁବକ ର ମୃତଦେହ ଉଦ୍ଧାର ହୋଇଥିଲା l ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରଜୁକରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତର ଖାନାକୁ ପଠାଯାଇଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି l
ରାଜ୍ୟ
ଜଳପ୍ରପାତ ରେ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର l
- Hits: 338







