ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ.ଦଳେଇଗୁଡ଼ା ସେବାଶ୍ରମ ଓ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ରେ ଅଭିଭାବକ ଜଣେ ସାଥି, ଆମେ ଜାଣିବା ଓ ଆମେ ଜିଣିବା ନେଇ ପେରେଣ୍ଟସ ଆଜ ପାଟନର (ପାପ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଦଳେଇଗୁଡ଼ା ସେବାଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାୟକ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ଯୋଜନା ବୋର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଳତା ମାଝୀ, ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ସରପଞ୍ଚ ଚନ୍ଦ୍ରଶେଖର ମାଝୀ ପିଏ ଆ ଟିଡିଏ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବବ୍ରତ ପରିଡା,ତହସିଲଦାର ଯୋଗେଶ୍ୱର ଭୋଇ, ଏସଏମସି ସଭାପତି ଲଛମନ ହରିଜନ, ଏବିଓ ବାଳକଦାସ ରନ୍ଧାରୀ, ଏବିଓ ପୁର୍ଣଚନ୍ଦ୍ର ପୂଜାରୀ ପ୍ରମୁଖ ମଞ୍ଚାସିନ ରହିଥିଲେ. ପ୍ରଥମେ ଭଗବାନ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଦ୍ବୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ବ କରିଥିଲେ | ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ | ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାୟକ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ. ଏହି ଅବସରେ ଅତିଥି ମାନେ ଛାତ୍ରଛାତ୍ରୀ କୁ ବିଦ୍ୟାଳୟ କୁ ଦୈନ୍ଦିନ ଆସିବା ପାଠ ପଡିବା ସହ ଆମେ ଗୋଡିବା ନୂତନ ଓଡିଶା ବୋଲି କହିଥିଲେ. ବିଦ୍ୟାଳୟ ରେ ମିଳୁଥିବା ସରକାରୀ ଯୋଜନା ବିଷୟରେ କହିଥିଲେ |ପାପ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦେଶ୍ୟ ନେଇ ଅତିଥି ମାନେ କହିଥିଲେ.ବିଦ୍ୟାଳୟ ଛାତ୍ରଛାତ୍ରୀ ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ ଓ ପିତାମାତା ତଥା ଅଭିଭାବକ ମାନଙ୍କ ବିଭିନ୍ନ ରଙ୍ଗଲୀ, ଡିବେଟ, ସାଧାରଣ ଜ୍ଞାନ ପ୍ରତିଯୋଗିତା କରି କୃତି ପ୍ରତିଯୋଗୀ କୁ ଅତିଥି ଦ୍ୱାରା ପୁରୁସ୍କୃତ କୋରାଯଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ଆଇଟିଡିଏ, କୃଷି ବିଭାଗ, ମିଶନ ଶକ୍ତି ତରଫରୁ ଷ୍ଟାଲ ଲାଗିଥିଲା.ଏହି କାର୍ଯ୍ୟକ୍ରମ ରେ ଅଭିଭାବକ ମାନେ ନିଜ ମତାମତ ନିଆଯାଇଥିଲା.ମଞ୍ଚ ପରିଚାଳନା ସୁଦାମ ସେଟ୍ଟି କରିଥିଲେ.ଶିକ୍ଷକ ଶିକ୍ଷୟତ୍ରୀ ସୋହଯୋଗ କରିଥିଲେ | ସେହି ପରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ମଧ୍ୟ ପେରେଣ୍ଟସ ଆଜ ପାଟନର କାର୍ଯ୍ୟକ୍ରମ ସଭାପତି ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ମନହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ତହସିଲଦାର ଯୋଗେଶ୍ୱର ଭୋଇ, ବିଡ଼ିଓ ଦିବାକର ବାଘ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଳକା ରବୀନ୍ଦ୍ର, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବବ୍ରତ ପରିଡା ପ୍ରମୁଖ ମଞ୍ଚାସିନ ହୋଇଥିଲେ. ମଞ୍ଚ ପରିଚାଳନା ରଞ୍ଜୁକତା ସାହୁ କରିଥିଲେ. ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଅଭି ପାଣିଗ୍ରାହୀ ସହଯୋଗ କରିଥିଲେ |
ରାଜ୍ୟ
ଦଳେଇଗୁଡ଼ା ସେବାଶ୍ରମ ଓ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର "ପାପ" କାର୍ଯ୍ୟକ୍ରମ
- Hits: 261







