ସ୍ଵର୍ଗତ ବିଜୟଲକ୍ଷ୍ମୀ ଗୁରୁମାଙ୍କ ଦ୍ୱାଦଶାହ ତିଥିରେ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବହୁବର୍ଷ ଧରି ନିଷ୍ଠାପର ଭାବେ ଶିକ୍ଷକତା କରୁ୍ଥିବା ବିଜୟଲକ୍ଷ୍ମୀ ସାମଲଙ୍କ ଗତ ଏକ ତାରିଖରେ ଆକସ୍ମିକ ମୃତ୍ୟୁ ଘଟିଥିଲା I ସ୍ଵର୍ଗତ ବିଜୟଲକ୍ଷ୍ମୀ ଗୁରୁମା ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ସର୍ବଦା ଆଗ୍ରହ ପ୍ରକାଶ କରୁ୍ଥିବା ଯୋଗୁଁ ତାଙ୍କୁ ସମ୍ମାନ ଜଣାଇବା ପାଇଁ ଆସନ୍ତା ବାର ତାରିଖ ତଥା ସ୍ଵର୍ଗତ ଗୁରୁମାଙ୍କ ଦ୍ୱାଦଶାହ ତିଥିରେ ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଏବଂ ସମ୍ବାଦ-ଆମ ଓଡି଼ଶାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ I ଏନେଇ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ସଭାପତି ମାଧବ ଚନ୍ଦ୍ର ଆପଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରଥମେ ସ୍ଵର୍ଗତ ଗୁରୁମାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା I ଏଥିରେ ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ସୁନିତା ପୋଲେଇ,ସୁଲୋଚନା ଡାକୁଆ, ପୂଜା ସ୍ୱାଇଁ, ଲକ୍ଷ୍ମୀ ପ୍ରଧାନ, ଖଦାଳ ଗୌଡ଼,ସସ୍ମିତା ଡାକୁଆ, ପୂଜା ବେହେରା , ପ୍ରମୋଦ ଜେନା,ଯୁବ ସମାଜସେବୀ ଆଲୋକ ଖଟେଇ, ରାଜେନ୍ଦ୍ର ଆପଟ,ସୂର୍ଯ୍ୟକାନ୍ତ ନାୟକ, ଭିକାରୀ ଗୌଡ଼,ରାକେଶ ନାୟକ, ନାରାୟଣ ପାଢୀ,କାହ୍ନା ଗୌଡ଼, ରାମଚନ୍ଦ୍ର ବଢେଇ, ସସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରରେ କିପରି ଅଧିକରୁ ଅଧିକ ଯୁବଗୋଷ୍ଠୀ ଏବଂ ମହିଳା ଅଂଶଗ୍ରହଣ କରିପାରିବେ ଆଲୋଚନା କରାଯାଇଥିଲା I ଆସନ୍ତା ମଙ୍ଗଳବାର ସକାଳ ଦଶ ଘଣ୍ଟା ଠାରୁ ଅପରାହ୍ଣ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହି ରକ୍ତଦାନ ଶିବିର ଚାଲିବାକୁ ଥିବା ବେଳେ ଏଥିରେ ଭଞ୍ଜନଗର ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିବେ I ପ୍ରକାଶ ଥାଉକି ପୂର୍ବରୁ ଏହି ଅନୁଷ୍ଠାନରେ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ତିନିଥର ରକ୍ତଦାନ ଶିବିରକୁ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତିଥର ସ୍ଵର୍ଗତ ବିଜୟଲକ୍ଷ୍ମୀ ଗୁରୁମା ରକ୍ତଦାନ କରି ଆସୁଥିଲେ I ତେଣୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସ୍ଵର୍ଗତ ଗୁରୁମାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଥିଲେ I

0
0
0
s2sdefault