ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ଥାନାଞ୍ଚଳ ଦାମୁ ହଟିଂ ଅଞ୍ଚଳରେ ଜଣେ ଯୁବକକୁ ବିଭତ୍ସ ହତ୍ୟା କରାଯାଇଛି। ମୃତକ ମହେନ୍ଦ୍ର ମହାକୁଡ଼ ଓରଫ ମୁନା ମହାକୁଡ଼। ମହେନ୍ଦ୍ରଙ୍କ ନାଁରେ ବଡ଼ବିଲ ତଥା ଆଖପାଖ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ଜଣାପଡିଛି। ଗତ ରାତିରେ ଦାମୁ ହଟିଂ ଭୂୟାଁସାହିରେ ଥିବା ମହେନ୍ଦ୍ରଙ୍କ ଜଣେ ସମ୍ପର୍କୀୟ ମାଇଁଙ୍କ ଘରେ ଏହି ହତ୍ୟାକାଣ୍ଡ ଘଟିଛି। ତାଙ୍କ ମୁଣ୍ଡକୁ କେହି ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡ ନେଇ ଆଜି ସକାଳେ ଜଣାପଡିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସନ୍ଦେହରେ ସମ୍ପର୍କୀୟ ମାଇଁ ସମେତ ୩ ଜଣଙ୍କୁ ଥାନାକୁ ନେଇ ପଚରଉଚରା ଜାରିରଖିଛି ବଡ଼ବିଲ ପୋଲିସ। ସେପଟେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର ସାହାଯ୍ୟ ନିଆଯାଇଛି।
ଏନେଇ ବଡ଼ବିଲ ଥାନାରେ ଏକ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଜାରୀ ରଖିଥିଲେହେଁ କିଏ କେଉଁ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଭିଆଇଲା ସେନେଇ କାରଣ ଅସ୍ପଷ୍ଟ ରହିଛି।
ରାଜ୍ୟ
ବଡ଼ବିଲରେ ହତ୍ୟାକାଣ୍ଡ : କାରଣ ଅସ୍ପଷ୍ଟ
- Hits: 1705







