ସୌମ୍ୟବାବୁଙ୍କୁ ଜଣେ ଅଭ୍ୟାସଗତ ବ୍ଲାକମେଲର୍ ବୋଲି କହିଲେ ଅତନୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ସୌମ୍ୟବାବୁ ଜଣେ ବ୍ଲାକମେଲର୍ : ବ୍ଲାକମେଲିଂ ତାଙ୍କର ପୁରୁଣା ଅଭ୍ୟାସ"

ଭୁବନେଶ୍ୱର : ସୌମ୍ୟବାବୁ ଜଣେ ବ୍ଲାକମେଲର୍ | ଗୋଟେ ଦଳରେ ରହି ଦଳକୁ ବ୍ଲାକମେଲିଂ କରିବା ହେଉଛି ତାଙ୍କର ପୁରୁଣା ଅଭ୍ୟାସ । ଦଳରେ ରହି ତାକୁ ବ୍ଲାକମେଲିଂ କରିବାର ପ୍ରୟାସ ତାଙ୍କର ସଫଳ ହେବ ନାହିଁ ବିଜେଡି ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟରଂଜନ ପଟ୍ଟାନାୟକଙ୍କୁ ସମାଲୋଚନା କରି କହିଛନ୍ତି ବିଜେଡି ନେତା ତଥା ବରିଷ୍ଠ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ |
ସୌମ୍ୟଙ୍କୁ ତାତ୍ସଲ୍ୟ କରି ଅତନୁ କହିଛନ୍ତିଯେ ସୌମ୍ୟବାବୁଙ୍କର ରାଜନୀତି ଇତିହାସ ସମସ୍ତଙ୍କୁ ଜଣା । ସେ କେତେଥର ଯେ ଦଳ ବଦଳେଇଛନ୍ତି, କେଉଁ ଦଳରୁ କେଉଁଠିକି ଆସିଛନ୍ତି, ଆଗାମୀ ଦିନରେ ପୁଣି କୁଆଡ଼େ ଯିବେ ତାହାର ହିସାବ ପାଇବା କଷ୍ଟ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାରା ରାଜ୍ୟକୁ ଗସ୍ତ କରି ଯଦି ଲୋକଙ୍କଠାରୁ ଅଭିଯୋଗ ଆଣିଲେ ଏବଂ ତାହାର ସମାଧନ ହେଉଛି, ସେଥିରେ ଭୁଲ୍ କେଉଁଠି ରହିଲା | ସୌମ୍ୟବାବୁଙ୍କର ଅସୁବିଧା କେଉଁଠି ରହିଲା ବୋଲି ଅତନୁ ପ୍ରଶ୍ନ କରିଛନ୍ତି । ପଥରକୁ ଢ଼େଲା ମାରିଲେ ସେ ପଥର ଫେରିଆସି ତାଙ୍କ ନିଜ ଉପରେ ପଡ଼ିବ ବୋଲି କହିଛନ୍ତି ଅତନୁ ।

0
0
0
s2sdefault