ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ (କଲ୍ଯାଣ ବିଭାଗ)ରେ “ପେରେଣ୍ଟସ ଏସ୍ ପାର୍ଟନର୍ ମିଟିଙ୍ଗ ” ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଦ୍ମପୁର ଉପ-ଜିଲ୍ଲାପାଳ ସଦାକର କୁମ୍ଭାର ମୁଖ୍ଯ ଅତିଥି ରୂପେ ଯୋଗ ଦେଇଥିଲେ ।ଓଡ଼ିଶା ସରକାରଙ୍କ କଲ୍ଯାଣ ବିଭାଗ ଦ୍ବାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ (କଲ୍ଯାଣ ବିଭାଗ) ଓ ଅନ୍ବେଷା ହଷ୍ଟେଲ୍ ର ଛାତ୍ରୀ ମାନଙ୍କ ମାତାପିତା, ଅଭିଭାବକ ଓ ଶିକ୍ଷକ ମାନଙ୍କର ଏକ ସଭା ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ଯ ଅତିଥି ରୂପେ ପଦ୍ମପୁର ଉପ-ଜିଲ୍ଲାପାଳ ସଦାକର କୁମ୍ଭାର, ସମ୍ମାନୀତ ଅତିଥି ରୂପେ ବିଡିଓ ବିଶ୍ବନାଥ ସାହୁ, ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକ, ବିଇଓ ଲୋକନାଥ ଭୋଇ ଓ ଅନ୍ଯାନ୍ଯ ବିଶିଷ୍ଟ ଶିକ୍ଷାବିତ ମାନେ ଯୋଗ ଦେଇଥିଲେ । ସମସ୍ତ ଅଭିଭାବକ ମାନଙ୍କୁ ସମ୍ବୋଧିତ କରି ଉପ-ଜିଲ୍ଲାପାଳ “ସୁସ୍ଥ ଦେଶ ଗଠନରେ ଅଭିଭାବକ ମାନଙ୍କ ଭୂମିକା” ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଆମ ଭାରତକୁ ବିଶ୍ବମାନଚିତ୍ରରେ ଏକ ଶ୍ରେଷ୍ଠତମ ଦେଶ ରୂପେ ପ୍ରତିଷ୍ଠିତ କରିବା ପାଇଁ ଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ଜରୁରୀ। ତେଣୁ ସମସ୍ତ ମାତାପିତା ଓ ଅଭିଭାବକ ମାନେ ସାଥୀ ତଥା ସହଭାଗୀ ରୂପେ ଦାୟିତ୍ବ ନେବାକୁ ଶ୍ରୀ କୁମ୍ଭାର ଉତ୍ସାହିତ କରିଥିଲେ ଓ ସରକାରୀ ରୂପେ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତ ପ୍ରକାରର ପ୍ରଶାସନିକ ସହାୟତାର ପ୍ରତିଶ୍ରୃତି ଦେଇଥିଲେ । ଏହି ଅବସରରେ ଅନ୍ଯ ସମସ୍ତ ଅତିଥି ମାନେ ମଧ୍ଯ ଅଭିଭାବକ ମାନଙ୍କୁ ସହଭାଗୀ ରୂପେ ଆଗେଇ ଆସିବା ପାଇଁ ଉତ୍ସାହିତ କରିଥିଲେ ।
ରାଜ୍ୟ
ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ (କଲ୍ଯାଣ ବିଭାଗ)ରେ “ପେରେଣ୍ଟସ ଏସ୍ ପାର୍ଟନର୍ ମିଟିଙ୍ଗ ” ଅନୁଷ୍ଠିତ l
- Hits: 663







