ହେଡଲାଇନସ୍:

ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେଡି ନେତାଙ୍କ ବିୟୋଗରେ ଶୋକ ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେଡି ନେତା ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଛି।
ଏହି ସଭାକୁ ଗଜପତି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଆୟୋଜନ କରିଥିବା ବେଳେ ଏଥିରେ ଜିଲ୍ଲାର ସମସ୍ତ ନେତା ଓ କର୍ମୀ ଯୋଗ ଦେଇ ସ୍ବର୍ଗତ ପାତ୍ର ଙ୍କ ଗଜପତି ଜିଲ୍ଲା ସହ ସମ୍ପର୍କ ଓ ଅବଦାନ ଉପରେ ସ୍ମୃତି ଚାରଣ ସହ ଶୋକ ପ୍ରକାଶ କରିଥିଲେ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ , ଜିଲ୍ଲା ବିଜେଡି ଯୁବ ସଭାପତି ଏସ୍.ଲିଙ୍ଗରାଜ , ଜିଲ୍ଲା ବିଜେଡି ମହିଳା ସଭାପତି ପୂର୍ଣ୍ଣବାସୀ ନାୟକ , ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ , ପ୍ରଦୀପ କୁମାର ନାୟକ , ବସନ୍ତ ଦାଶ , ଲକ୍ଷ୍ମୀକାନ୍ତ ପରିଚ୍ଛା , ଜମିଦାର ପଟ୍ଟନାୟକଙ୍କ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀ , ନେତା ଓ ବିଜୁ ଜନତା ଦଳର ବହୁ କର୍ମୀ ଉପସ୍ଥିତ ଥିଲେ।

0
0
0
s2sdefault