ହେଡଲାଇନସ୍:

ଗୁଦଗୁଦା ଜଳପ୍ରପାତ ରେ ଯୁବକ ନିଖୋଜ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା 07/09/23: କୁଚିଣ୍ଡା ବ୍ଲକ କୁସୁମୀ ପଞ୍ଚାୟତ ବଡବାହାଲ ସ୍ଥିତ ଗୁଦଗୁଦା ଜଳପ୍ରପାତ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଏହି ଜଳପ୍ରପାତ ରେ ଯୁବକ ବୁଡି ନିଖୋଜ ହୋଇଛି l ନିଖୋଜ ଥିବା ଯୁବକ ଜଣକ ହେଲେ ଆନ୍ଦ୍ରପ୍ରଦେଶ, ସାଇନଗର ଅଞ୍ଚଳ ର କୋଳି ଭିରା ହନୁମାନ (21) ବୋଲି ଜଣାପଡିଛି l
ସୂଚନା ଅନୁଯାଇ ଆନ୍ଦ୍ରପ୍ରଦେଶ, ସାଇ ନଗର ଅଞ୍ଚଳ ର କୋଳି ଭିରା ହନୁମାନ (21) ଝାରସୁଗୁଡା ରେ ଥିବା ଜେ.ଏସ. ଡବ୍ଲୁ କମ୍ପାନୀ ରେ କାମ କରନ୍ତି l ଛୁଟି ମନାଇବାକୁ ଆଜି ପ୍ରାୟ 11 ଜଣା ସାଙ୍ଗମାନଙ୍କ ସହ ଗୁଦଗୁଦା ଜଳପ୍ରପାତ କୁ ବୁଲିବାକୁ ଯାଇଥିଲେ l ହେଲେ ଅପରାହ୍ନ ସମୟରେ ଜଳପ୍ରପାତ ର କୁଣ୍ଡ ରେ ଗାଧୋଉ ଥିବା ବେଳେ ଯୁବକ ଜଣକ ହଟାତ ନିଖୋଜ ହୋଇଯାଇ ଥିଲେ l ପରେ ଖବର ପାଇ କୁଚିଣ୍ଡା ଅଗ୍ନିଶମ ଓ ବନବିଭାଗ ପହଞ୍ଚି ଖୋଜାଖୋଜି ଜାରିରଖିଥିଲେ ମଧ୍ୟ ଯୁବକ ମିଳି ନ ଥିଳା । ଏନେଇ ପୋଲିସ ଏବଂ ବନବିଭାଗ ପକ୍ଷରୁ କୋଣସି ସୂଚନା ନ ମିଳିଥିଲେ ମଧ୍ୟ ଆସନ୍ତା କାଲି ଓଡ୍ରାଫ ଟିମ ପହଞ୍ଚିବ ବୋଲି ଜଣା ପଡିଛି l

0
0
0
s2sdefault