ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ନର୍ସିଂ ଅଫିସରମାନେ ସେମାନଙ୍କ ୧୨ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଆଜି (ଗୁରୁବାର ଦିନ) ଠାରୁ କଳା ବ୍ୟାଚ ପରିଧାନ କରିଛନ୍ତି।
ନର୍ସିଂ ଅଫିସରମାନେ କଳା ବ୍ୟଚ ପରିଧାନ କରି ସବୁ ଦିନ ଭଳି ସେମାନଙ୍କ କାର୍ଯ୍ୟ ତୁଲାଇଛନ୍ତି। ସେମାନଙ୍କ ୧୨ ଦଫା ଦାବି ଗୁଡିକ ହେଲା ଜରୁରୀକାଳୀନ କାର୍ଯ୍ୟକୁ ଦୃଷ୍ଟିଦେବା ସହିତ ଅନ୍ୟ ରାଜ୍ୟରେ ନର୍ସିଂ ଅଫିସର ମାନଙ୍କ କ୍ଷେତ୍ରରେ ଲାଗୁ ହେଉଥିବା ମୂଳ ଦରମାକୁ ତୁଳନା କରି ଓଡ଼ିଶାରେ ନର୍ସ ଅଫିସର ମାନଙ୍କର ଦରମାରେ ଥିବା ଅସଙ୍ଗତିକୁ ଦୂର କରାଯାଉ ଏବଂ ନର୍ସିଂ ଅଫିସର ମାନଙ୍କର ମୂଳ ସ୍ତରର ଦରମାକୁ ସଂଶୋଧନ କରାଯାଉ , ତା ୧୨-୧୧-୨୦୧୩ ରିଖ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କର ଚୁକ୍ତିଭିତ୍ତିକ ଅବଧିକୁ ବିଚାର କରି ବରିଷ୍ଠତାକୁ ନେଇ ପଦୋନ୍ନତି ଦିଆଯାଉ , ଓଡିଶା ନର୍ସ ସର୍ଭିସ କ୍ୟାଡରକୁ ମଜବୁତ କରିବା ଉଦ୍ଦେଶ୍ୟରେ ମୂଳ ସ୍ତର ପୋଷ୍ଟର ୪୨% ଅପ-ଗ୍ରେଡେସନ୍ କରି ପଦୋନ୍ନତି ପୋଷ୍ଟ ବୃଦ୍ଧି କରିବା ସହିତ ୦୬-୩୦ ବର୍ଷ ଚାକିରୀ କରି କୌଣସି ପଦୋନ୍ନତି ପାଇନଥିବା ସମସ୍ତ ଯୋଗ୍ୟ ନର୍ସିଂ ଅଫିସର ମାନଙ୍କୁ ତୁରନ୍ତ ପଦୋନ୍ନତି କରାଯାଉ।
କେବିକେ , କେବିକେ + ଏବଂ ଆଦିବାସୀ ସବ୍-ପ୍ଲାନ୍ କଠିନ ଅଞ୍ଚଳରେ କାର୍ଯ୍ୟ କରୁଥିବା ନର୍ସିଂ କର୍ମଚାରୀ ମାନଙ୍କ ପାଇଁ ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ , ନର୍ସିଂ ଅଫିସର ମାନଙ୍କର ଏବଂ ନର୍ସିଂ କ୍ୟାଡରର ପ୍ରଶାସନିକ ପଦଗୁଡ଼ିକ ରେ କାର୍ଯ୍ୟରତ ଥିବା ଅଧିକାରୀ ମାନଙ୍କର ଡ୍ରେସ୍ କୋଡ଼ ସଂଘର ପ୍ରସ୍ତାବ ଅନୁସାରେ ପରିବର୍ତ୍ତନ କରାଯାଉ , ଯେଉଁ ନର୍ସିଂ ଅଫିସରମାନେ ରାଜ୍ୟ ସରକାରଙ୍କ ଅଧୀନରେ ୬ ବର୍ଷ ଧରି ନିୟମିତ ସେବା ଯୋଗାଇଛନ୍ତି ସେମାନଙ୍କ କ୍ଷେତ୍ରରେ inter -district ସ୍ଥାନାନ୍ତର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉ। ଏଭଳି ବିଭିନ୍ନ ୧୨ ଦଫା ଦାବି ନେଇ ଆଜିଠାରୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସ୍ତରୀୟ ଡାକ୍ତରଖାନରେ ନର୍ସିଂ ଅଫିସରମାନେ କଳା ବ୍ୟାଚ ପରିଧାନ କରି ସେମାନଙ୍କ ନାର୍ଯ୍ୟ ୧୨ ଦଫା ଦାବି ପୂରଣ ପାଇଁ ଦାବି କରିଛନ୍ତି।
ଆଜିଠାରୁ ୧୧ ତାରିଖ ପଯ୍ୟନ୍ତ ଏଭଳି କଳା ବ୍ୟାଚ ପରିଧାନ କରି କାର୍ଯ୍ୟ ତୁଳାଇବେ। ସରକାର ୧୨ ଦଫା ଦାବି ପୂରଣ ନ କଲେ ରାଜ୍ୟ ନସିଂ କର୍ମଚାରୀ ସଂଘର ନିଷ୍ପତ୍ତି ଅନୁଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇ କହିଛନ୍ତି।
ରାଜ୍ୟ
୧୨ ଦଫା ଦାବି ନେଇ ଗଜପତିରେ ନର୍ସିଂ ଅଫିସରମାନେ କଳା ବ୍ୟାଚ ପରିଧାନ କଲେ
- Hits: 242








