ହେଡଲାଇନସ୍:

ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ପାଠଚକ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯୋଗଦେଲେ 20 ବିଦ୍ୟାଳୟର ଛାତ୍ରଛାତ୍ରୀ; ଛାତ୍ରୀ ସୁପ୍ରିୟା ନାୟକ ରାଜ୍ୟସ୍ତରକୁ ମନୋନୀତ

ବେଲଗୁଣ୍ଠା,- (ଶିବରାମ ଚୌଧୁରୀ )-, ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ ଜନ୍ମାଇବା ପାଇଁ ଗଞ୍ଜାମ ଜିଲ୍ଳା ଶିକ୍ଷା ବିଭାଗ ପକ୍ଷରୁ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ବ୍ଳକ୍ ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିବା ବେଳେ ଏଥିରେ ବିଚାରକ ରୂପେ ଅବସରପ୍ରାପ୍ତ ଅଧ୍ୟକ୍ଷ ବି.ଗୋବିନ୍ଦ ରାଓ ଏବଂ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରସାୟନ ବିଜ୍ଞାନ ମୁଖ୍ୟ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ର କୋଡ଼ିଏଟି ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଏବଂ ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ I ପାଠଚକ୍ରରେ ଅଂଶଗ୍ରହଣ କରିଥିବାବେ ଛାତ୍ରଛାତ୍ରୀ 'ମିଲେଟସ୍ - ଏ ସୁପର୍ ଫୁଡ୍ ଅର୍ ଏ ଡାଇଟ୍ ଫ୍ୟାଡ୍' ଶୀର୍ଷକରେ ନିଜର ଯୁକ୍ତିଯୁକ୍ତ ମତ ଉପସ୍ଥାପନ କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଶୈଳୀ,ମୌଖିକ ପରୀକ୍ଷା ଏବଂ ଲିଖିତ ପରୀକ୍ଷାକୁ ଭିତ୍ତି କରି ନେଟେଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଛାତ୍ରୀ ସୁପ୍ରିୟା ନାୟକ, ଶ୍ରୀ ଗୋପୀନାଥ ବିଦ୍ୟାପୀଠର ଛାତ୍ର ସୁମନ୍ ନାୟକ ଏବଂ କ୍ଷତ୍ରିୟବରପୁର ନୋଡାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ବୈଶାଖୀ ପୋଲେଇ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ସୁପ୍ରିୟା ନାୟକ ରାଜ୍ୟ ସ୍ତରୀୟ ବିଜ୍ଞାନ ପାଠଚକ୍ରକୁ ମନୋନୀତ ହୋଇଥିଲେ I ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ଆଶୁତୋଷ ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଜାତାପଣ୍ଡା,ଶିକ୍ଷକ ଅମର ପ୍ରଧାନ,ସୀମାଞ୍ଚଳ ଦାସ, ସୀମାଞ୍ଚଳ ଶତପଥୀ,ନିରଞ୍ଜନ ତ୍ରିପାଠି,ଅବନୀ ଷଡଙ୍ଗୀଙ୍କ ସମେତ କର୍ମଚାରୀ ସୁକାନ୍ତ କୁମାର ବିଷୋୟୀ, ଶ୍ରୀନିବାସ ବିଷୋୟୀ ଏବଂ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

0
0
0
s2sdefault