ନିର୍ମଳ ବାୟୁ ପାଇଁ ଜନ ସହଭାଗିତା ଜରୁରୀ
ରାଉରକେଲା, (ବସନ୍ତ କୁମାର ଜେନା) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ରାଉରେକଲା ଆଂଚଳିକ ଶାଖା ପକ୍ଷରୁ " ନୀଳ ଆକାଶ ପାଇଁ ନିର୍ମଳ ବାୟୁ ସମ୍ପର୍କିତ ଅନ୍ତର୍ଜାତୀୟ ଦିବସ" ଆଜି ଆରଏସପି ର ସିପିଟିଆଇ ଅଡିଟୋରୀୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଆରଏମସି ର ଆୟୁକ୍ତ ଡ଼ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l
ଆରଏସପିର ଇଡି (ୱାକ୍ସ) ଏସ୍. ଆର. ସୂର୍ଯ୍ୟବଂଶୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ୍ଆଇଟିର ମାଇନିଂ ଇଂଜିନିୟରିଙ୍ଗ ବିଭାଗ ପ୍ରଫେସର ଏଚ.ବି ସାହୁ , ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗର ଡେପୁଟି ଡାଇରେକ୍ଟର ଇଂ. ବିଭୁ ପ୍ରସାଦ ପ୍ରମୁଖ ସମ୍ମାନିତ ବକ୍ତା ଭାବେ ମଂଚାସୀନ ରହି ଏହି ଦିବସର ତାତ୍ପର୍ଯ୍ୟ ସଂପକର୍ରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ସନ୍ତୁଳିତ ପରିବେଶ ପାଇଁ ଆମ ଜୀବନ ଶୈଳୀ ଓ ଅଭ୍ୟାସ ର ପରିବର୍ତନ ଆବଶ୍ୟକ l ସେଥିପାଇଁ ପ୍ରତ୍ୟେକ ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ନିର୍ମଳ ବାୟୁ ପାଇଁ ଜନ ସହାଭାଗିତା ଜରୁରୀ ବୋଲି କହିଥିଲେ l ବିଶେଷ କରି ପ୍ଲାଷ୍ଟିକ ପ୍ରଦୂଷଣ କୁ ପ୍ରତିହତ କରିବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ l
ବରିଷ୍ଠ ପରିବେଶ ବୈଜ୍ଞାନିକ ତଥା ଏସ୍ପିସିବିର ରାଉରକେଲା ଆଞ୍ଚଳିକ ଅଧିକାରୀ ଅନୁପ ମଲ୍ଲିକ ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଦୂଷଣ ନିରାକରଣ ପାଇଁ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପକର୍ରେ ସେ ଅାଲୋକପାତ କରି ଆପତଃକାଳୀନ ସ୍ଥିତି ପ୍ରତି କଳକାରଖାନା ଓ ଖଣି କର୍ତ୍ତୃପକ୍ଷ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ରାଉରକେଲାର ବାୟୁ ପ୍ରଦୂଷଣର ମାତ୍ରାକୁ ହ୍ରାସ ସହ ପ୍ଲାଷ୍ଟିକ ପଲିଥିନ ବ୍ୟବହାର ନ କରିବା ଦିଗରେ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଷୟିକ ପର୍ଯ୍ୟାୟରେ ପ୍ରଫେସର ଏଚ. ବି. ସାହୁ ବାୟୁ ପ୍ରଦ୍ୟୁଷଣ ଓ କାରଖାନା ମାନଙ୍କ ରେ ବ୍ୟବହୃତ ଯନ୍ତ୍ରାନ୍ସ ସଂପକର୍ରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ସେହିପରି ଇଂ ବିଭୁ ପ୍ରସାଦ କାରଖାନା ସୁରକ୍ଷା ଓ ପ୍ରଦୂଷଣ ନିରାକରଣ ସଂପକର୍ରେ ଆଲୋକପାତ କରିଥିଲେ । ଏତଦ୍ବ୍ୟତୀତ ରାଉରକେଲା ବାୟୁ ପ୍ରଦୂଷଣର ସ୍ଥିତି ଓ ପ୍ଲାଷ୍ଟିକ ପରିଚାଳନା ସଂପକର୍ରେ ଏସପିସିବିର ଆରଓ ଡ଼. ଅନୁପ ମଲ୍ଲିକ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଏସ୍ପିସିବିର ଡେପୁଟି ଏନ୍ଭାଇରନମେଣ୍ଟାଲ ଇଂଜିନିୟର ବିଜୟ କୁମାର ଭୋଇ ସଂଯୋଜନା କରିଥିଲେ । ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ଇଂ ଚନ୍ଦ୍ର ଶେଖର ଚୌହାନ ଓ ଇଂ ରଜତ ସେଠି, ସହକାରୀ ପରିବେଶ ଯନ୍ତ୍ରୀ ଇଂ ସୌମ୍ୟ ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ l
ଏହି ଦିବସ ଉପଲେକ୍ଷ ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କ ସହ ଅନ୍ୟ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏତତବ୍ୟତୀତ ପୂର୍ବରୁ ରୋଡ ଶୋ,ରାଲି ସହ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ ବିଭିନ୍ନ ଶିଳ୍ପ, ଖଣି, ଓ ବିଭିନ୍ନ ସରକାରୀ ବିଭାଗ ପ୍ରତିନିଧିମାନେ ଯୋଗ ଦେଇଥିଲେ । ବିଭାଗୀୟ ସହକାରୀ ପରିବେଶ ଯନ୍ତ୍ରୀ ପ୍ରିତମ କୁମାର ପତି ଓ ପ୍ରଜ୍ଞାଜ୍ୟୋତି ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାର ବିଭାଗୀୟ ଓଏସଡି ବିଭୁତି ଭୂଷଣ ମହନ୍ତ ଙ୍କ ସମେତ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ ।








