ସୌମ୍ୟଙ୍କ କାଉଣ୍ଟର ପାଇଁ ଅରୁଣଙ୍କୁ ଉତାରିଲା ବିଜେଡି
ଭୁବନେଶ୍ୱର : ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ସୌମ୍ୟରଞ୍ଜନ ହାରିହାରି ବିଜୁ ଜନତାଦଳରୁ ପ୍ରାର୍ଥୀ ହୋଇ ଖଣ୍ଡପଡାରୁ ଜିତିଥିଲେ । ତେବେ ମନ୍ତ୍ରୀପଦ ନମିଳିବାରୁ ଆଜି ସେ ବିଜୁ ଜନତା ଦଳ ଏବଂ ସରକାରଙ୍କ ବିରୁଦ୍ଧରେ କହୁଥିବା ଅରୁଣ କହିଛନ୍ତି । ସମାଜସେବା କଥା କହୁଥିବା ସୌମ୍ୟରଞ୍ଜନ ଗତ ୪ବର୍ଷ ୪ମାସ ଭିତରେ ଖଣ୍ଡପଡାରେ କଣ ସେବା କରିଛନ୍ତି ସେ ସମ୍ପର୍କରେ ନିର୍ବାଚନମଣ୍ଡଳୀର ଲୋକଙ୍କୁ ପଚାରିଲେ ଲୋକ କହିବେ ବୋଲି ସେ କହିଛନ୍ତି । ସୌମ୍ୟରଞ୍ଜନ ବିଜେଡ଼ିକୁ ବ୍ଲାକମେଲ୍ କରୁଥିବା ଅଭିଯୋଗ କରିଛନ୍ତି ଅରୁଣ ।







