ଶିଶୁମାନେ ରାଧାକୃଷ୍ଣ ବେଶ ଧାରଣ କରି ପାଳନ କଲେ ନନ୍ଦଉତ୍ସବ : ଜାଗ୍ରତ କରାଇଲେ, ଆଧ୍ୟାତ୍ମିକ ଚେତନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ବ ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ନନ୍ଦ ଉତ୍ସବ ପାଳନ ହୋଇଯାଇଅଛି। ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କର୍ମକର୍ତ୍ତା ପ୍ରଥମେ କୃଷ୍ଣ ଓ ରାଧା ବେଶ ଧାରଣ କରିଥିବା ଶିଶୁ ମାନଙ୍କୁ ମନ୍ଦିର ପରିକ୍ରମା କରାଇ ନିର୍ଦ୍ଧାରିତ ସାହି ଗୁଡିକ ପରିକ୍ରମା କରାଇ ଥିଲେ। ଗୋଟିଏ ଆଧ୍ୟାତ୍ମିକ ପରିବେଶ ରେ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ବେଶ ଧାରଣ କରି ଥିବା ଶିଶୁ ମାନଙ୍କୁ ଆଜିର କାର୍ଯ୍ୟକ୍ରମ ର ଉଦ୍ଧେଶ୍ୟ କୁ ନେଇ କିଛି ପ୍ରଶ୍ନ ପଚାରି ଉତ୍ତର ଆଦାୟ କରଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କବି, ଲେଖକ ତଥା ନାଟ୍ୟକାର ମୋତିଲାଲ ପତି ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ରାଧା କୃଷ୍ଣ ଙ୍କ ବହୁ ପୁରାତନ ଲୀଳା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ବେଶ ପ୍ରତିଯୋଗୀତା ଅବସରରେ ଜି. କରନ୍ ପ୍ରଥମ ଶ୍ରଦ୍ଧାଞ୍ଜଳୀ ଶତପଥୀ ଦ୍ଵିତୀୟ ଓ କ୍ରିଷ୍ଣା ସ୍ୱାଇଁ ତୃତୀୟ ସ୍ଥାନ, ଓ ଭଜନ ପ୍ରତିଯୋଗୀତା ର ଜ୍ୟେଷ୍ଠ ବିଭାଗ ରେ ଶୁଭଲକ୍ଷ୍ମି ବେହେରା ପ୍ରଥମ, ରାକେଶ ବେହେରା ଦ୍ଵିତୀୟ ହସିନା ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଥିଲେ ସେହିପରି କନିଷ୍ଠ ବିଭାଗରେ ଶ୍ରଦ୍ଧା ରାଣୀ ବେହେରା ପ୍ରଥମ ଶୁଶ୍ରିତା ନାୟକ ଦ୍ଵିତୀୟ ଓ ଏମ.ରୁଦ୍ର ପାତ୍ର ତୃତୀୟ ସ୍ଥାନ ହାସଲ କରିଥିଲେ। କୃତିତ୍ୱ ହାସଲ କରିଥିବା ଶିଶୁ ଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସହ ପ୍ରଧାନ ଅଚର୍ଯ୍ୟା ଶୁଭଶ୍ରୀ ପରିଡ଼ା ଙ୍କ ସମେତ ସୁକାନ୍ତ, ସତ୍ୟ, ସୂର୍ଯ୍ୟ, ସୁମନ, ବସନ୍ତ ଗୁରୁଜୀ ଏବଂ ସଂଧ୍ୟା , ରୁନି, ପିଙ୍କି, ମାହେଶ୍ଵରୀ ,ଅର୍ପିତା, ପୁଜା, ଗିରୁମା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଶିବରାମ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault