ସିମୁଳିଆ, ବାଲେଶ୍ବର (ଅକ୍ଷୟ କୁମାର ଜେନା)- ଘଟଣା ଦୁଇଟି ସିମୁଳିଆ ବ୍ଲକ ବଙ୍ଗାଳ ପୂର ଏବଂ ଇଶ୍ଵର ପୁର ପଞ୍ଚାୟତ ରେ ଯାହାକି ପ୍ରଶାସନ ର ପ୍ରହସନ ରେ ଗତି କରୁଥିବା ଦୁଇ ପରିବାର ର କରୁଣ କାହାଣୀ। ଇଶ୍ୱରପୂର ପଞ୍ଚାୟତ କଳାସୁଣୀ ଗ୍ରାମ ର ଯମୁନା ସ୍ୱାମୀଙ୍କ ଅକାଳ ମୃତ୍ୟୁ ପରେ ଦୁର୍ବିଷହ ହୋଇ ପଡିଥିଲେ ଯମୁନାର ପରିବାର । ଶୁଦ୍ଧି କ୍ରିୟା କେମିତି ହେବ ତାହା ବି ସବୁଠୁ ବଡ ପ୍ରଶ୍ନ ।ପରିବାର କହିଲେ ୭ପ୍ରାଣୀ କୁଟୁମ୍ବ, କିପରି ଦାନା ମୁଠେ ପାଇବେ ୬ଟି କୋମଳମତୀ ଶିଶୁ ଏହାହିଁ ଚିନ୍ତା ର ବିଷୟ । ସ୍ୱାମୀ ଚାଲିଯିବା ପରେ ରହିବେ କେଉଁଠି,ଖାଇବେ କଣ, ଦୁନିଆଟା ଯେପରି ତାଙ୍କୁ ଅନ୍ଧାର ଦେଖା ଯାଉଥିବା ବେଳେ
ସ୍ୱାମୀର ଶୁଦ୍ଧିକ୍ରିୟା କରିବା ପାଇଁ ଯମୁନା ସମସ୍ତଙ୍କୁ ସାହାର୍ଯ୍ୟ ଭିକ୍ଷା କରୁଥିଲେ ! ସେହିପରି
ବାଙ୍ଗାଳପୁର ଗ୍ରାମ ର ଅସହାୟ ବୃଦ୍ଧା ଦମ୍ପତି ପୂର୍ଣ୍ଣ ଚନ୍ଦ୍ର ଜେନା ଙ୍କ ଘର ଆଜବେଷ୍ଟସ ଗଳି ପଡ଼ିବା ସହିତ ବୁଢ଼ା ବୁଢ଼ୀ ଙ୍କୁ ଗ୍ରାମ ବାସି ମାଗି ଯାଚି ଚଳାଉଛନ୍ତି। ବୃଦ୍ଧ ଦମ୍ପତି ଙ୍କ ର କେହି ନ ଥିବା ବେଳେ ଏହି ଭଳି ଘଟଣା ସିମୁଳିଆ ବ୍ଲକ ରେ ଅତି ହୃଦୟ ବିଦାରକ ହେବା ସହ ଏହା ଜାଣିବା କୁ ପାଇଥିଲେ ୟୁନାଇଟେଡ଼ ପ୍ରେସ କ୍ଳବ ର ସାମ୍ବାଦିକ ମାନେ । ତୁରନ୍ତ ସମସ୍ତ ସାମ୍ବାଦିକ ମାନେ ଖବର ପ୍ରସାରଣ ସହ ସମସ୍ତ୍ ଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରି ଥିଲେ ! ଏହି ଖବର ଦ୍ବୟ ପ୍ରସାରିତ ହେବା ପରେ ବହୁ ସମାଜସେବୀ ସାହାଯ୍ୟର ହାତ ବଡାଇଛନ୍ତି ମଧ୍ୟ ସିମୁଳିଆ ବ୍ଲକ ମାଗୁରଗଡିଆର ବ୍ୟବସାୟୀ ଦୟାନିଧି ପଣ୍ଡୁଆ ଓ ତାଙ୍କ ସୁପୁତ୍ର କାର୍ତିକ ଚନ୍ଦ୍ର ପଣ୍ଡୁଆ ,ଅବସରପ୍ରାପ୍ତ ଶିକ୍ଷକ ଓ ସିମୁଳିଆ ବରିଷ୍ଟ ନାଗରିକର ସଭାପତି ଚତୁର୍ଭୁଜ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ମହାନ୍ତି , ବାଟି ଗ୍ରାମର ଭୁବନେଶ୍ୱର ପୋଷ୍ଟାଲ ରେ କାର୍ଯ୍ୟରତ ଅଧିକାରୀ ହରେକୃଷ୍ଣ ଶିଅଳ ଓ ବରି ଗ୍ରାମ ର ଶିବଶଙ୍କର ପଟନାୟକ ,ମୁରୁଣା ଗ୍ରାମର ସମାଜସେବୀ ସୁଭାଷ ସାହୁଙ୍କ ଦ୍ୱାରା ଆର୍ଥିକ ଅର୍ଥ ରାଶି ଏଵଂ କିଛି ରାସନ୍ ସାମଗ୍ରୀ ୟୁନାଇଟେଡ଼ ପ୍ରେସ କ୍ଳବ ର ସାହାରା ସାମାଜିକ ସଂସ୍ଥା ଦ୍ୱାରା ଉଭୟ ପରିବାର ଙ୍କୁ ପ୍ରଦାନ କରା ଯାଇ ଥିଲା । ଏହି ଅବସର ରେ ୟୁନାଇଟେଡ଼ ପ୍ରେସ କ୍ଳବର ସଭାପତି ଦେବେନ୍ଦ୍ର କୁମାର ନାୟକ ,ସମ୍ପାଦକ କମଳଶ୍ରୀ ମହାନ୍ତି ,ସହ ସମ୍ପାଦକ ପ୍ରଫୁଲ ପଟନାୟକ କୋଷାଧ୍ୟକ ଅକ୍ଷୟ କୁମାର ଜେନା ଓ ମଧୁସୂଦନ ମହାନ୍ତି ଉପସ୍ଥିତ ରହି ରାଶି ସହ କିଛି ରାସନ ସାମଗ୍ରୀ ପ୍ରଦାନ କରିବା ସହିତ ଆଗାମୀ ଦିନ ରେ ଯମୁନା ର ପିଲାଙ୍କ ପାଠ୍ୟକ୍ରମ ପାଇଁ ସରଞ୍ଜାମ ସହିତ ଅନ୍ୟାନ୍ୟ ସାହାଯ୍ୟ କରିବା ପାଇଁ ପ୍ରତିଶୁତି ଦେଲେ ! ଏଵଂ ନିଆଶ୍ରୀ ବୃଦ୍ଧ ଦମ୍ପତି ଙ୍କ ଘର କେମିତି ମରାମତି ହେବ ପୁଣି ଥରେ ପ୍ରଶାସନ କୁ ଦୃଷ୍ଟି ଆକର୍ଷଣ କରିବା ଦରକାର ପଡିଲେ ଆହୁରି ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ।ଖବର ଥାଉ କି ପ୍ରଭାକର ଶିଅଳ ଗତ ଗୁରୁବାର ଦିନ ମଜୁରୀ ଲାଗିବାକୁ ଯାଇ ଘରକୁ ଫେରି ଗାଁର ଥିବା କୁମ୍ଭୀର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ପ୍ରଭାକର ଗାଧୋଇବାବେଳେ ପାଣିରେ ବୁଡି ଯାଇଥିଲେ । ସାଙ୍ଗରେ ଥିବା ୧୩ବର୍ଷର ପୁଅ ବାପାକୁ ବଂଚେଇବା ପାଇଁ ବହୁ ଚେଷ୍ଠା କରି ଶେଷରେ ନିରାଶ ହୋଇ ଗାଁ ଲୋକଙ୍କୁ ଡାକିଥିଲା କିନ୍ତୁ ସେତେବେଳ କୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଯମୁନାର ପରିବାର ଲୋକେ ଓ ଗ୍ରାମବାସୀ ଏବଂ ପୂର୍ଣ୍ଣ ଚନ୍ଦ୍ର ଜେନା ଙ୍କ ପଡୋଶୀ
ୟୁନାଇଟେଡ଼ ପ୍ରେସ କ୍ଳବର ସଦସ୍ୟ ଓ ସମାଜସେବୀଙ୍କୁ ସାହାଯ୍ୟ କରିଥିବା ରୁ ଧନ୍ୟବାଦ ଜଣାଇ ବା ସହ ଆଗମୀ ଦିନ ରେ ଏହି ମହତ୍ କାର୍ଯ୍ୟ କ୍ଲବ୍ ତରଫରୁ ଜାରି ରହିବ ବୋଲି ସମ୍ପାଦକ ସୂଚନା ଦେଇ ଥିଲେ।
ରାଜ୍ୟ
ଦୁଃଖୀ ଦିନ ଦରିଦ୍ର ଅସହାୟ ଦୁଇ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ୟୁନାଇଟେଡ ପ୍ରେସକ୍ଲବ ଏଵଂ ସହୃଦ ସମାଜ ସେବୀ।
- Hits: 452







