ରାଜ୍ୟର ସମସ୍ତଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି : ଅର୍ଥମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୭୨ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ

ଭୁବନେଶ୍ୱର: ରାଜ୍ୟର କୋଣ ଅନୁକୋଣର ଜନସାଧାରଣଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତିା ସବୁ ପଞ୍ଚାୟତରେ ବ୍ୟାଙ୍କିଂଙ୍କ ସେବା ପାଇଁ ଉଦ୍ୟମ ଅବ୍ୟାହତ ରହିଛିା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସବୁକ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତିା
ଆଜି ଭୁବନେଶ୍ୱରରେ ଆୟୋଜିତ ୧୭୨ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ କୃଷି ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବାର୍ଷିକ ଋଣ ଯୋଜନାରେ ଉତ୍ସାହପ୍ରଦ ସଫଳତା ହାସଲ ହୋଇଥିବାବେଳେ ଶିକ୍ଷା ଓ ହାଉସିଂ ପରି ଦୁଇ ପ୍ରମୁଖ ସାମାଜିକ କ୍ଷେତ୍ରକୁ ଅଧିକ ଋଣ ପ୍ରଦାନ ପାଇଁ ବ୍ୟାଙ୍କମାନେ ପଦକ୍ଷେପ ନିଅନ୍ତୁା ୨୦୨୨-୨୩ ବର୍ଷରେ "ବାର୍ଷିକ ଋଣ ଯୋଜନା'ରେ ୧.୩୪ ଲକ୍ଷ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୧୯.୦୨ ପ୍ରତିଶତ ବୃଦ୍ଧି ପାଇ ୧.୬୦ ଲକ୍ଷ କୋଟି ଟଙ୍କା ହୋଇଛିା ପୂର୍ବ ବର୍ଷ ପରି ବାର୍ଷିକ ଋଣ ଯୋଜନା ଅଧିନରେ ବ୍ୟାଙ୍କମାନେ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ ଜାରି ରଖିବା ଆବଶ୍ୟକା ଶତକଡ଼ା ୬୫ ଭାଗ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନଥିବାରୁ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କ ଋଣ ଯୋଗାଇ ଦେବା ପାଇଁ ୬ଟି ପବ୍ଲିକ୍ ସେକଫର ବ୍ୟାଙ୍କ ସହଯୋଗରେ ସ୍ଥାୟୀ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତରେ ସିଏସ୍ପି (ପ୍ଲସ୍) ବ୍ୟାଙ୍କ ଆଉଟ୍ଲେଟ୍ ମାଧ୍ୟମରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତିା
ବୈଠକରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଉନ୍ନୟନ କମିଶନ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଜୁନ୍ ୩୦ ସୁଦ୍ଧା ବ୍ୟାଙ୍କଗୁଡ଼ିକର ନଗଦ ଜମା ଅନୁପାତ (ସିଡି ରେସିଓ) ୮୧.୪୨ ପ୍ରତିଶତକୁ ବୃଦ୍ଧି ପାଇଥିବାରୁ ସନ୍ତୋଷ ବ୍ୟକ୍ତ କରିବା ସହ ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନ ପାଇଁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲୋ ସ୍ଥାୟୀ ବ୍ୟାଙ୍କ ନଥିବା ଅଞ୍ଚଳରେ ବ୍ୟାଙ୍କ ପ୍ରତିଷ୍ଠା, ମିଶନ ଶକ୍ତି ସ୍କୁଟର ଯୋଜନା, "ମୋ ଘର' ଯୋଜନା, ଶିକ୍ଷାଋଣ ଇତ୍ୟାଦି ସରକାରଙ୍କ ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ପାଇଁ ବ୍ୟାଙ୍କମାନଙ୍କୁ ଋଣ ଯୋଗାଣ ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲୋ
ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ବ୍ୟାଙ୍କଗୁଡ଼ିକର ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଚଳିତ ଆର୍ଥିକ ବର୍ଷର ଜନକଲ୍ୟାଣକାରୀ ଯୋଜନାରେ ବ୍ୟାଙ୍କଗୁଡ଼ିକ ସକି୍ରୟ ଭାବେ ଅଂଶଗ୍ରହଣ କରି ଋଣ ପ୍ରଦାନ କରିବାକୁ ଅନୁରୋଧ କରିଥିଲୋ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନକୁ ଅଧିକ ସହଜ ଓ ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଥିଲୋ
ବୈଠକରେ ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକର ଆବାହକ ଶ୍ରୀ ଗୌତମ ପାତ୍ର ସମସ୍ତଙ୍କୁ ସ୍ୱାଗତ କରିଥିଲୋ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଏସ୍.କେ. ବଶିଷ୍ଠ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏସ୍.କେ. ଲୋହାନୀ, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍. କାର୍ତ୍ତିକେୟନଙ୍କ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀ, ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଶାରଦା ପ୍ରସନ୍ନ ମହାନ୍ତି, ନାବାର୍ଡର ଚିଫ୍ ଜେନେରାଲ୍ ମ୍ୟାନେଜର ଡ. ସୁଧାଂଶୁ କେ. ମିଶ୍ର, ଏସ୍ବିଆଇର ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ଚନ୍ଦର ଶେଖର ଶର୍ମା ଏବଂ ବିଭିନ୍ନ ବ୍ୟାଙ୍କ ତଥା ଲିଡ୍ ବ୍ୟାଙ୍କର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲୋ ଏସ୍ଏଲ୍ବିସିର ଆବାହକ ଶ୍ରୀ ଲିଙ୍ଗରାଜ ନାୟକ ଧନ୍ୟବାଦ ଦେଇଥିଲୋ

 

0
0
0
s2sdefault