ରେଡକ୍ରସକୁ ସରକାରୀ ସହାୟତା ରାଶି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯୁବ ରେଡକ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ


ଭୁବନେଶ୍ୱର: ଯୁବ ରେଡକ୍ରସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ସ୍ଥାନୀୟ ରେଡକ୍ରସ ଭବନଠାରେ ଅନୁଷ୍ଠିତ ହୋଇଯାଇଛିା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ନରହରି ସେଠୀ, ଭାରତୀୟ ରେଡକ୍ରସ ସୋସାଇଟିର ଅବୈତନିକ ସଂପାଦକ ବିଭୂତି ଭୂଷଣ ପଟ୍ଟନାୟକ, ଯୁବ ରେଡକ୍ରସ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଯୁବ ରେଡକ୍ରସ ଅଧିକାରୀଗଣ ଉପସ୍ଥିତ ରହି ସମସ୍ତ ଜିଲ୍ଲାର ରେଡକ୍ରସ ସମ୍ବନ୍ଧୀୟ ବିଶଦ ତଥ୍ୟ ଉପରେ ଆଲୋଚନା କରିଥିଲୋ
ବୈଠକରେ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥିଲାା ରେଡକ୍ରସ ସଦସ୍ୟମାନଙ୍କ ଯାତାୟତ ଖର୍ଚ୍ଚ ତିନି ଲକ୍ଷ ଷାଠିଏ ହଜାର ଟଙ୍କା ଓ ସମୁଦାୟ ରେଡକ୍ରସ ପୁରସ୍କାର ସଂଖ୍ୟା ୩୩କୁ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ହୋଇଥିଲାା ରେଡକ୍ରସକୁ ସରକାରୀ ସହାୟତା ରାଶି ୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲାା ରେଡକ୍ରସର ବିଭିନ୍ନ କାର୍ଯ୍ୟକ୍ରମ ଯଥା: ବୃକ୍ଷରୋପଣ, ସଡ଼କ ସୁରକ୍ଷା ସଚେତନତା, ଏଚ୍ଆଇଭି (ଏଡ୍ସ) ସଚେତନତା, ରକ୍ତଦାନ, ଲିଙ୍ଗଗତ ସମାନତା, ମହିଳା ସଶକ୍ତିକରଣ ଭଳି କାର୍ଯ୍ୟକ୍ରମକୁ ଆହୁରି ଜୋରସୋର୍ରେ ଆଗେଇନେବାକୁ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଥିଲୋ ବିଶେଷ କରି ମାଲକାନଗିରି , କୋରାପୁଟ, ରାୟଗଡ଼ା ଆଦି ଅଣଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲୋ ଏହି ଅବସରରେ ବାହାନଗା ରେଳ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ୪୦୦ରୁ ଉର୍ଦ୍ଧ୍ବ ରେଡକ୍ରସ ସ୍ବେଛାସେବୀ ସେବୀଙ୍କର ମନ୍ତ୍ରୀ ଶ୍ରୀ ନାୟକ ଉଚ୍ଚ ପ୍ରଶଂସା କରିଥିଲୋ ଶେଷରେ ଡ. ରମେଶ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲୋ

0
0
0
s2sdefault