ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ସୁଦପଡ ରେଲୱେ ଫାଟକ ଠାରେ ଲୁହା ରଡ଼ ରେ ଧକ୍କା ହୋଇ ଦୁଇ ଯୁବକ ଙ୍କ ଜୀବନ ଗଲା l ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୨ ଟା ସମୟରେ ଦୁଇ ଜଣ ଯୁବକ ଏକ ସ୍କୁଟି ରେ ସୋନପୁର ରାସ୍ତା ରେ ଥିବା ସାତ ମାଇଲ ଛକ୍ କୁ କୌଣସି କାମରେ ଯାଇ ସେଠାରୁ ଫେରୁ ଥିବା ବେଳେ ସୁଦ ପଡା ରେଲୱେ ଫାଟକ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି l ଏମାନେ ସ୍କୁଟି ରେ ଦୃତ୍ ଗତିରେ ଆସି ରେଲୱେ ଫାଟକରେ ଧକ୍କା ଦେଇଥିବା ଜଣାପଡିଛି l ଘଟଣାସ୍ଥଳରେ ହିଁ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି l ଦୁଇ ମୃତକ ଙ୍କ ମଧ୍ଯ ରେ ଜଣେ ଲୋଇସିଂହା ର ଆଲୋକ ଶିକା (୨୮) ଓ ଆଉ ଜଣେ ପୁଇଁତଳା ବ୍ଳକ ବେଲବାହାଲି ଗାଁ ର ପୃଥ୍ୱୀରାଜ ପରୁଆ ବୋଲି ଜଣାପଡିଛି l ବଲାଙ୍ଗିର ଟାଉନ୍ ପୋଲିସ ଘଟଣାସ୍ଥଳ ରେ ପହଂଚି ଏହାର୍ ତଦନ୍ତ କରୁଛି l ଦୁଇ ଯୁବକ ଙ୍କ ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାର ଲୋକେଙ୍କୁ ଶବ ହସ୍ତାନ୍ତର କରାଯାଇ ଥିବା ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି |
ରାଜ୍ୟ
ରେଲୱେ ଫାଟକ ରେ ଧକ୍କା ହୋଇ ଦୁଇ ଯୁବକଙ୍କ ମୃତ୍ୟୁ
- Hits: 344








