ହେଡଲାଇନସ୍:

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ପ୍ରୟାସ କ୍ରମେ 1340 ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ ଏବଂ 844 ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ 5 କୋଟିରୁ ଉର୍ଧ୍ଵ ସହାୟତା ପ୍ରଦାନ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ ଧନ୍ୟବାଦ ଜଣାଇଲେ ଯୋଗ୍ୟ ହିତାଧିକାରୀ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟରେ ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗ ମାନଙ୍କ ପାଇଁ ମଧୁବାବୁ ପେନସନ ଯୋଜନା ଏବଂ ଗରିବ ନିର୍ମାଣ ଶ୍ରମିକ ଙ୍କ ପରିବାରଙ୍କ ପାଇଁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସାହାରା ପାଲଟିଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଶାସନ ରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ନୂତନ ମଧୁବାବୁ ପେନସନ ଯୋଜନାରେ 1340 ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଏବଂ  ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ 844 ହିତାଧିକାରୀଙ୍କୁ ବିବାହ, ବ୍ରତ, ଛାତ୍ର ଛାତ୍ରୀ ଙ୍କ ପାଠପଢା,ମୃତ୍ୟୁ, ଅନ୍ତେଷ୍ଟି କ୍ରିୟା, ଅନ୍ୟାନ୍ୟ ସହାୟତା ପାଇଁ ମୋଟ 5 କୋଟି 9 ଲକ୍ଷ 91 ହଜାର 800 ଟଙ୍କା ସହାୟତା ରାଶି ପ୍ରଦାନ ସମ୍ଭବ ହୋଇପାରିଛି l ଯାହାପାଇଁ ସମସ୍ତ ଯୋଗ୍ୟ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏହି ଅବସରରେ ଏକ ସହାୟତା ଶିବିର କାର୍ଯ୍ୟକ୍ରମ ନିଶ୍ଚିନ୍ତକୋଇଲି ବ୍ଲକ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ଙ୍କ ସଭାପତିତ୍ବ ରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ନୂତନ ମଧୁବାବୁ ପେନସନ ଯୋଜନାରେ 1340 ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲା ବେଳେ ନିର୍ମାଣ ଶ୍ରମିକ ଯୋଜନାରେ 844 ହିତାଧିକାରୀଙ୍କୁ 5 କୋଟିରୁ ଉର୍ଧ୍ଵ ଟଙ୍କା ର ସହାୟତା ରାଶି ପ୍ରଦାନ କରିବା ସହ ପ୍ରକାଶ କରିଥିଲେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ, ନିର୍ମଳ ଶାସନରେ ସବୁବେଳେ କାମରେ ବିଶ୍ଵାସ ରହିଆସିଛି କଥାରେ ନୁହେଁ, ଦଳବଳ ମତ ନିର୍ବିଶେଷରେ ଯେଉଁମାନେ ଭତ୍ତା ପାଇବାକୁ ଯୋଗ୍ୟ ସମସ୍ତଙ୍କୁ ଭତ୍ତା ପ୍ରଦାନ କରାଯିବ କୌଣସି ଗୋଟିଏ ବି ଯୋଗ୍ୟ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଂଚିତ ହେବେ ନାହିଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯିବ, ଗ୍ରାମାଞ୍ଚଳର ଜନସାଧାରଣ ଙ୍କ ବିକାଶ ହେଉଛି ଆମର ପ୍ରଥମ ଲକ୍ଷ୍ୟ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ ଠାରୁ ଆରମ୍ଭ କରି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ପ୍ରଦାନ ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକାଭିମୁଖୀ ଯୋଜନା କିଭଳି ଲୋକମାନଙ୍କ ନିକଟରେ ପହଁଚିବ ତାହା ହିଁ ଆମର ଏକମାତ୍ର ଲକ୍ଷ୍ୟ, ଯେତେ ବାଧା ବିଘ୍ନ ଆସିଲେ ବି ଜନସାଧାରଣ ଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସରକାର କାର୍ଯ୍ୟ କରିଆସୁଛି ଏବଂ ଆଗକୁ ମଧ୍ୟ ଜନସାଧାରଣ ଙ୍କ ଆଶୀର୍ବାଦ ରେ କାମ କରି ଚାଲିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଲକ ଅଧକ୍ଷା ରୋଜି ସେଠୀ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ଏବିଡ଼ିଓ ଅଶୋକ କୁମାର ମହାନ୍ତି, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି,ପ୍ରାକ୍ତନ ବ୍ଲକ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ଜିଲ୍ଲା ନିର୍ମାଣ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ, ଜିଲ୍ଲାପରିଷଦ ଭୁପତିଭୁଷଣ ଷଣ୍ଡ, ବିପ୍ଳବ କାପ, ଜସ୍ମିତା ସେଠୀ ଙ୍କ ସମେତ ବହୁ ବିଶିଷ୍ଟ ଅତିଥିବୃନ୍ଦ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବର, ସ୍ୱୟଂ ସହାୟକ ଗୋଷ୍ଠି ମହିଳା, ସମସ୍ତ ପଞ୍ଚାୟତବାସୀଙ୍କ ଙ୍କ ସମେତ ବ୍ଲକ କର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ l

0
0
0
s2sdefault