ହେଡଲାଇନସ୍:

ଅସହାୟ ଅବସ୍ଥାରେ ଜଣେ ରୋଗୀଙ୍କୁ ସାହାଯ୍ୟ କଲେ କାଶୀପୁର ଯୁବକ ମିଥୁନ ନାଏକ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଣ୍ଡିବିଶି ପଞ୍ଚାୟତ ସଦରର  ମୃତ ପିତା ଡାବୁ ମାଝୀଙ୍କ ଝିଅ ପଶ୍ମିତା ମଝି(୧୩)। ପଶ୍ମିତା ଦୀର୍ଘ ଦିନ ଧରି ରୋଗରେ ପୀଡିତ ଥିଲେ ।ହାଠାଥ ତାଙ୍କ ଦେହ ସଙ୍କଟାପନ୍ନ ହେବାରୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ସେଠାରେ ରୋଗୀଙ୍କ ପ୍ରାଥମିକ ଚିକିତ୍ସା ହେବାପରେ ଡାକ୍ତର କରାପୁଟ ସ୍ଥାନାନ୍ତର କରିଥିଲେ ।
ପିଡୀତାଙ୍କ ପରିଜନ କହିଲେ କେବଳ ତାଙ୍କ ମାଁ ,ମାଁଙ୍କ ପକ୍ଷେ ଝିଅର ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବାବେଳେ ଦୁଇ ପ୍ରାଣୀ ଚିକିତ୍ସାଳୟରେ ଭାଙ୍ଗି ପଡ଼ିଥିଲେ ।

ଠିକ ଏହି ସମୟରେ କୌଣସି ପ୍ରକାରେ ଖବର ପାଇ  କାଶୀପୁର ଡମ୍ବସାହୀ ଯୁବକ ମିଥୁନ ନାଏକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପହଞ୍ଚି ଡାକ୍ତରଙ୍କ ପରାମର୍ଶ ଅନୁଯାଇ ପିଡିତା ପଶ୍ମିତାଙ୍କୁ କରାପୁଟ ଯିବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ କରି ଏକ ପ୍ରାଇଭେଟ ଆମ୍ବୁଲାନ୍ସର ବ୍ୟବସ୍ତା ମାରିଥିଲେ । ମିଥୁନ ନାଏକଙ୍କ ଏହି ପ୍ରକାର ସହାୟତା ପାଇଁ ମେଡିକାଲ ଅର୍ତ୍ତୁପ ସାଧୁବାଦ ଜଣାଇଥିଲେ ଏବଂ କାଶୀପୁର ଅଞ୍ଚଳରେ ମଧ୍ୟ ମିଥୁନଙ୍କ ବଦାନ୍ୟତା ପାଇଁ ପ୍ରସଂଶାର ସୁଅଛୁଟୁଚି ।

0
0
0
s2sdefault