ଓଡ଼ଗାଁ,୬।୯(ଶ୍ରୀକାନ୍ତ କୁମାର ମିଶ୍ର): ଆଜିର ଜନ୍ମାଷ୍ଟମୀ ପର୍ବ ଅବସରରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଓଡ଼ଗାଁରେ ଜାକଜମକ ସହକାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ୨ଶହରୁ ଉର୍ଦ୍ଧ୍ବ ରାଧା କୃଷ୍ଣ ଇତ୍ୟାଦି ବେଶଧାରୀଙ୍କୁ ନେଇ ସଂକୀର୍ତ୍ତନ ସହ ଏକ ବିରାଟ ଶୋଭାଯାତ୍ରାରେ ଓଡ଼ଗାଁ ସହର ପରିକ୍ରମା କରିବା ସହ ପାଟଣାସାହିରେ ପ୍ରସ୍ତୁତ ଦହିମାଠିଆକୁ ଶ୍ରୀକୃଷ୍ଣଙ୍କ ଦ୍ଵାରା ଭଙ୍ଗାଯିବା ପରେ ସମସ୍ତେ ବେଶଧାରୀ ପ୍ରଭୁ ରଘୁନାଥ ଜୀଉଙ୍କ ମନ୍ଦିର ବେଢ଼ା ପରିକ୍ରମା କରିଥିଲେ । ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟଙ୍କ ତତ୍ବାବଧାନରେ ସମ୍ପାଦକ ପଦ୍ମନାଭ ପୃଷ୍ଟିଙ୍କ ପରିଚାଳନାରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ସେହିପରି ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଓଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବୁଧବାର ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ମୁଖ୍ୟ ପରିଚାଳକ ବିଷ୍ଣୁପ୍ରସାଦ ତ୍ରିପାଠୀ ପ୍ରଦୀପ ପ୍ରଜ୍ଜଳନକରି ଭଗବାନ ଶ୍ରୀକୃଷ୍ଣଙ୍କ ନାମ ସଙ୍କୀର୍ତ୍ତନ ମାଧ୍ୟମରେ ଆନନ୍ଦ ଉତ୍ସାହ ଭରି ଦେଇଥିଲେ। ପରେ ସମସ୍ତ ଗୁରୁଜୀ, ଗୁରୁମା, ଅଭିଭାବକ ରାଧା, କୃଷ୍ଣ, ବଳରାମ, ନନ୍ଦ, ଯଶୋଦା ଓ ଦେବକୀ ବେଶରେ ସଜ୍ଜିତହୋଇ ଆସିଥିବା ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରାରେ କୁରାଳ ଗ୍ରାମ ପରିକ୍ରମା କରିଥିଲେ । ଶୋଭାଯାତ୍ରା ବେଳେ ଗ୍ରାମର ମା"ମାନଙ୍କ ଦ୍ଵାରା ହୁଳହୁଳି ଓ ହରିବୋଲ ପକାଇ ବନ୍ଦାପନା କରାଯାଇଥିଲା । କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ପ୍ରଦୀପ୍ତ କୁମାର ଶତପଥୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ ।
ରାଜ୍ୟ
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ
- Hits: 677








