ହେଡଲାଇନସ୍:

ଦଧି ବାମନଙ୍କ ନୂଆଖାଇ ଲଗ୍ନ ଧାର୍ଯ୍ୟ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜୁନାଗଡ଼,୬/୯:ଜୁନାଗଡ ସ୍ଥିତ ସର୍ବପୁରାତନ ଦଧି ବାମନଙ୍କ ମନ୍ଦିର ରେ ଆଜି ସକାଳରେ ପଣ୍ଡିତ ନିରଜଂନ ବଡ ପଣ୍ଡା ଆବାହନ କ୍ରମେ ପଣ୍ଡିତଙ୍କ ସଭା ବସିଥିଲା l ଉକ୍ତ ସଭାରେ ଜ୍ଯୋତିର୍ବିଦ୍ ପଣ୍ଡିତ ଶ୍ରୀ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ଜ୍ଯୋତିର୍ବିଦ୍ ଶ୍ରୀ ଫକୀର ନାରାୟଣ ପାଟ୍ଟଯୋଶୀ, ଜ୍ୟୋତିର୍ବିଦ୍ ଶ୍ରୀ ମଧୁସୂଦନ ପୁରୋହିତ ଉପସ୍ଥିତ ହୋଇ ନବାନ୍ନ ଲଗ୍ନ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ପରିଶେଷରେ ସେପ୍ଟେମ୍ବର ୨୦ତାରିଖ ପଞ୍ଚମୀ ବୁଧବାର ସକାଳ ୭:୫୮ ରୁ ୮:୧୩ ମଧ୍ୟେ ମହାପ୍ରଭୁ ଶ୍ରୀ ଦଧିବାମନଙ୍କ ନିକଟରେ ନବାନ୍ନ ଲାଗି ହେବ ବୋଲି ନିଷ୍ପତ୍ତି ନିଆଗଲା l ଏହି ସମୟରେ ସମସ୍ତେ ନବାନ୍ନ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ l

0
0
0
s2sdefault