ହେଡଲାଇନସ୍:

ବେଲଗୁଣ୍ଠା ବଣିକ ସଂଘ ତରଫରୁ ଶିକ୍ଷକ ପ୍ରତିଭା ସମ୍ମାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଏନ୍ଏସିର ଶହେରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମାନୀତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ଡ.ରାଧାକ୍ରିଷ୍ଣନ୍ ଙ୍କର ଜନ୍ମଦିନରେ ସାରାଦେଶରେ ଗୁରୁଦିବସ ପାଳିତ ହେଉଥିବା ବେଳେ ବେଲଗୁଣ୍ଠା ବଣିକ ସଂଘ ତରଫରୁ ଏନ୍ଏସିର ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶିକ୍ଷକ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଛି I ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉପସଭାପତି ଜିତେନ୍ଦ୍ର ସୁବୁଦ୍ଧି,ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ କେ ବୁଲୁ ପାତ୍ର, ସହସମ୍ପାଦକ ପ୍ରଭାତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମରେ ଅଧ୍ୟାପକ ଡ.ଗୁରୁମୂର୍ତ୍ତୀ ନାୟକ, ଶିକ୍ଷକ ପବିତ୍ର କୁମାର ପ୍ରଧାନ, ଶିକ୍ଷୟିତ୍ରୀ ଅଳକା ପ୍ରଧାନ ଏବଂ ଛାତ୍ରୀ ସ୍ମିତାରାଣୀ ସାହୁ ଗୁରୁଦିବସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ବଣିକ ସଂଘ ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଭ୍ୟ ସୁଦାମ ତ୍ରିପାଠି ଧନ୍ୟବାଦ ଜ୍ଞାପନ କରିଥିଲେ I

ଏଥିରେ ବେଲଗୁଣ୍ଠା ଏନ୍ଏସିର ବାଲିଡ଼ି, ଭଗବତ ପାଟଣା, ପଟେଲ୍ ରୋଡ଼୍ ପ୍ରାଥମିକ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଜିଟି ହାଇସ୍କୁଲ୍, ବେଲଗୁଣ୍ଠା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ଭବନ, କୌତୁଲ୍ୟ ଇଂଲିଶ ମିଡିୟମ ସ୍କୁଲ୍, ତକ୍ଷଶିଳା,ବିବେକାନନ୍ଦ ଶିଶୁ ମନ୍ଦିର ଏବଂ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଶହେରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢ଼ୌକନ, ପୁଷ୍ପଗୁଚ୍ଛ ଏବଂ ଉପହାର ଦେଇ ସମ୍ମାନୀତ କରାଯାଇଥିଲା I ବେଲଗୁଣ୍ଠା ବଣିକ ସଂଘକୁ ପଚିଶି ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ସବୁ ସମୟରେ ବଣିକ ସଂଘ ତରଫରୁ ବିଭିନ୍ନ ଜନହିତକାର ତଥା ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଶଂସା କରିଥିଲେ I

0
0
0
s2sdefault