ବିବେକାନନ୍ଦ ଶିକ୍ଷା କେଦ୍ରରେ ଜନ୍ମାଷ୍ଟମୀ ଉତ୍ସବ ସହିତ ପାଳିତ, ବିଶ୍ବହିନ୍ଦୁ ପରିଷଦର ସ୍ଥାପନା ଦିବସ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର{ ଉଦୟନାଥ ପଣ୍ଡା}: ସନାତନି ଆର୍ଯ୍ୟାବର୍ତ୍ତର ବିକାଶ ସେବା ସଂସ୍ଥା,ଟ୍ରଷ୍ଟ ଦ୍ଵାରା ପରିଚାଳିତ ତିଳିସିଂଗି ଗ୍ରାମର "ବିବେକାନନ୍ଦ ଶିକ୍ଷା କେଦ୍ରରେ ଆଜି, ଶ୍ରୀକୃଷ୍ଣ ଜନ୍ମୋତ୍ସବ ରୀତି ନୀତି ଅନୁସାରେ ପାଳିତ ହୋଇଯାଇଛି।
ଆଜି ସେପ୍ଟେମ୍ବର ୬ ତାରିଖ, ପବିତ୍ର ଜନ୍ମାଷ୍ଟମୀ ବା ଶ୍ରୀକୃଷ୍ଣ ଜନ୍ମୋତ୍ସବ ଅବସରରେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠୁ ୧୨ କିଲୋମିଟର ଦୁର ତିଳିସିଂଗି ଗ୍ରାମର " ବିବେକାନନ୍ଦ ଶିକ୍ଷାକେନ୍ଦ୍ର" ରେ ପାଳିତ ହୋଇଯାଇଛି ପୂଜ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ର ୧୫ ତମ ବର୍ଷ ସହିତ ଶ୍ରୀକୃଷ୍ଣଙ୍କ ଜନ୍ମଦିନ।
ଆଜିର ଏହି ପବିତ୍ର ଶ୍ରୀକୃଷ୍ଣ ଜନ୍ମୋତ୍ସବ ରେ, ସମଗ୍ର ଓଡ଼ିଶା ସହିତ ଭାରତବର୍ଷରେ ପାଳିତ ହେଉଛି, ବିଶ୍ବହିନ୍ଦୁ ପରିଷଦର ୫୯ ତମ ବର୍ଷ ସ୍ଥାପନା ଦିବସ ଓ ସ୍ବାମୀଜୀଙ୍କ ବଳିଦାନ ଦିବସ। ଏହି ଉତ୍ସବ ଅବସରରେ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ମୁଖ୍ୟ ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଧିର ନାୟକ ଙ୍କ ତତ୍ବାବଧାନରେ ଆଡମ୍ବର ରେ ପାଳିତ ହୋଇଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ। ଏଥିରେ ପ୍ରଭୃ ଶ୍ରୀକୃଷ୍ଣଙ୍କ ବାଲ୍ୟ ପ୍ରତିମୂର୍ତ୍ତି କୁ ଅତିସୁନ୍ଦର ଭାବରେ ସଜ୍ଜିତ କରାଯାଇ ଯଥା ରୀତି ନୀତି ଅନୁଯାୟୀ ପୂଜା ବିଧାନ କରାଯାଇଥିଲା। ସ୍କୁଲର ଅନେକ କୁନି କୁନି ବାଳକବାଳିକା ମାନେ ଶ୍ରୀରାଧା ଓ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ଭେଷ ପରିଧାନ କରି,ନିଜ ନିଜର ସୁନ୍ଦର ଶରସ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଦୁର୍ଗାବାହିନି ଓ ସ୍ଵୟଂସେବକ ସଂଘ ର ଅନେକ ସମ୍ନାନନୀୟ ଅତିଥି ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ମୁରଲୀଧର ପଣ୍ଡା, ଶ୍ରୀ ବଟକୃଷ୍ଣ ପଣ୍ଡା, ରାମକୃଷ୍ଣ ଦାସ, ଶ୍ରୀ ଗୁପ୍ତେଶ୍ୱର ସୁବୁଦ୍ଧି, ଭଗବାନ ଖାଡଗାଂ, ବୁଲୁ ସାହୁ, ଶରତ ଚନ୍ଦ୍ର ସୁଆର, ପୁର୍ଣ୍ଣଚନ୍ଦ୍ର ଗୈ।ଡ଼ ଓ ସଦସ୍ୟା ଭାଗ୍ୟଦେଵି। ଏତଦ୍ ସମେତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ସମସ୍ତ ଗୁରୁମା ଓ ଅଭିଭାବକ ବୃନ୍ଦ ଯୋଗଦାନ କରି, ଏହି ମହାନ୍ କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିଥିଲେ।

0
0
0
s2sdefault