ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ପଦ୍ମପୁର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ABCD ର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ ର ସଭାପତି ଅନିଲ କୁମାର ବେହେରା ଙ୍କ ଅଧ୍ୟକ୍ଷ୍ୟତା ରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ତା.୨୦.୦୯.୨୦୨୩ ବୁଧବାର ଓ ୨୧.୦୯.୨୦୨୩ ଗୁରୁବାର ଦୁଇ ଦିନ ଧରି ପଦ୍ମପୁର ଦୈନିକ ବଜାର ପାଖ ରାଜବୋଡା ସମ୍ବର ହାଇସ୍କୁଲ ପ୍ରାଙ୍ଗଣରେ ଜୁହାରଭେଟ, ଓଡିଶା ରାଜ୍ୟ ବାହାରୁ ଏବଂ ସ୍ଥାନୀୟ ନୃତ୍ୟ,ସଂଗୀତ,କବିତା,ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବାର ସ୍ଥିରୀକୃତ ହୋଇଛି । ଏହା ସହିତ ଆସନ୍ତା ରବିବାର ତା. ୧୦.୦୯.୨୦୨୩ ରିଖ ଦିନ ପଦ୍ମପୁର ସ୍ଥିତ ଗୋରୁବଜାର ଠାରେ ସକାଳ ଘ. ୯.୩୦ ମିନିଟ ସମୟରେ ରଙ୍ଗୋଲି,ଝୋଟି ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ l ରଙ୍ଗୋଲି ଝୋଟି ପାଇଁ ପ୍ରତାପ ନାଥ ୯୯୩୭୦୬୧୩୮୮ ଓ ସୁରେଶ ମିଶ୍ର ୯୯୩୮୩୦୭୦୯୯,ଏବଂ ସଂଗୀତ ପାଇଁ ଲିଙ୍ଗରାଜ (ସମ୍ପତ) ସାହୁ ୯୯୩୭୪୫୭୪୩୩ ,ରମେଶ ଗୁର୍ଲା ୯୯୩୭୫୬୬୨୪୫ ଓ ସୁରେନ୍ଦ୍ର ସାହୁ ୯୯୩୮୪୮୫୮୩୯ ନମ୍ବର ରେ ଯୋଗାଯୋଗ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି lଏହି ବୈଠକରେ ନାଟ୍ୟକାର ଶ୍ରୀଯୁକ୍ତ କେଶରଞ୍ଜନ ପଧାନ,ନାଟ୍ୟକାର ଅଶୋକ ବହିଦାର, ଶ୍ରୀଯୁକ୍ତ ରମେଶ ଗୁର୍ଲା, ଶ୍ରୀଯୁକ୍ତ ସୁରେନ୍ଦ୍ର,ରଘୁନାଥ ପୁରୀ ,ସମ୍ପତ ସାହୁ,ପ୍ରତାପ ନାଥ,ସୁରେଶ ମିଶ୍ର,ସରୋଜ ଯୋଶୀ,ଶୁଶାନ୍ତ ସରାଫ,ସହଦେବ ମେହେର,ଶାନ୍ତ ସଂଗ୍ରାମ ଭୋଇ,ଅମୀୟ ପୁରୋହିତ, ଉପସ୍ଥିତ ଥିଲେ l
ରାଜ୍ୟ
ଏ ବି ସି ଡି ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
- Hits: 570







