ହେଡଲାଇନସ୍:

ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଇସିଲାଟ/ମନ ଡନସନା- ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରରେ ଆଡମ୍ବର ସହକାରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ତଥା ନନ୍ଦରାଜା ଭୂମିକାରେ ଅବସରପ୍ରାପ୍ତ ବ୍ଲକ କୁଷି ସଂପ୍ରସାରଣ ଅଧିକାରୀ ନନ୍ଦକିଶୋର ଯୋଷୀ ଓ ତରଙ୍ଗିନି ଯୋଷୀ ଯୋଗଦେଇଥିଲେ। ଏହି କାର୍ୟ୍ଯକ୍ରମରେ ପୂଜାମଣ୍ଡପ ପରିଚାଳନା କରିଥିଲେ ବିଦ୍ୟାଳୟର ଗୁରୁଜୀ ବେଦବ୍ୟାସ ପଧାନ। ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରେମରାଜ ମଟାରୀ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ପରିଚାଳନା କମିଟି ର ସଦସ୍ଯ ସଦସ୍ୟା ଓ ଅଭିଭାବକ ଅଭିଭାବିକା ଙ୍କ ସହଯୋଗରେ କାର୍ୟ୍ଯକ୍ରମଟି ସାଫଲ୍ଯ ମଣ୍ଡିତ ହୋଇଥିଲା।

0
0
0
s2sdefault