ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଦେବୀ ମଠ ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ଯୋଗ ଦେଇ ନିଜ ବକ୍ତବ୍ଯରେ ଗୁରୁଙ୍କ ବିନା ଜ୍ଞାନ ପ୍ରାପ୍ତି ହୁଏ ନାହିଁ ବୋଲି କହିବା ସହ ଗୁରୁଙ୍କୁ ସମସ୍ତେ ପୂଜା କରିବା ଓ ଗୁରୁଙ୍କ ବାଣୀକୁ ମାନିବା ଉଚିତ ବୋଲି ପରାମର୍ଶ ଦେଇଥିଲେ।
ଅନୁଷ୍ଠାନର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ଉଭୟ ଗୁରୁଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଅନୁଷ୍ଠାନର ଗାରିମାକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଗୁରୁ ଶ୍ରୀ ରଘୁନାଥ ପାତ୍ର , ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଶ୍ରୀ ମାଧବ ପାତ୍ର ଓ ତବଲା ବାଦକ ଶ୍ରୀ ତ୍ରିଲୋଚନ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା। ଗୁରୁପୂଜନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୁରୁ ମାନଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ଗୁରୁ ବନ୍ଦନା ଗାନ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ରଥ , କାର୍ଯ୍ୟକାରୀ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର , ସଂଗଠନ ସମ୍ପାଦକ ଶ୍ରୀ ବିଜୟ ପ୍ରଧାନ , ଶ୍ରୀ ଗିରୀଶ ଚନ୍ଦ୍ର ରଥ , ସରୋଜ କୁମାର ପଣ୍ଡା ଓ ସମସ୍ତ ଅଭିଭାବକ ସହଯୋଗ କରିଥିଲେ। ଗୁରୁ ଶ୍ରୀ ରଘୁନାଥ ପାତ୍ର ଓ ଗୁରୁ ଶ୍ରୀ ମାଧବ ପାତ୍ର ଛାତ୍ରଛାତ୍ରୀମାନଙ୍କୁ ଆଶିର୍ବାଦ ପ୍ରଦାନ ସହ ସମସ୍ତଙ୍କ ସଫଳତା କାମନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ବବିତା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ପାଳିତ
- Hits: 285








