ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଜାଜପୁର ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଗୁରୁ ପୂଜନ ଉତ୍ସବ ର ଶୁଭ ଆରମ୍ଭ କରି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ଉଦ୍ଦେଶ୍ୟରେ କହିଥିଲେ ଗୁରୁ ସର୍ବଦା ପୂଜନୀୟ ଓ ସେ ହିଁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୁରକରି ଜ୍ଞାନ ରୂପକ ଆଲୋକ ନିଜ ଶିଷ୍ୟକୁ ପ୍ରଦାନ କରିଥାନ୍ତି। ତେଣୁ ଗୁରୁ ସର୍ବଦା ସମ୍ମାନୀୟ।
ବିଦ୍ୟାଳୟ ପରିଚାଳନା ସଭାପତି ଶେଷଦେବ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ପ୍ରଥମ ଗୁରୁ ପିତା ଓ ମାତାଙ୍କୁ ସମ୍ମାନ ଜଣାଇବାକୁ କହିଥିଲେ। ବରିଷ୍ଟ ଶିକ୍ଷୟିତ୍ରୀ ଇନ୍ଦିରା ପଣ୍ଡା ଓ ନର୍ମଦା ଦେଇ ଛାତ୍ରୀ ଛାତ୍ର ମାନଙ୍କୁ ସୁନଗରିକ ରୂପେ ଗଠନ କରିବାପାଇଁ ପ୍ରଚ୍ଛାହିତ କରିଥିଲେ। ଛାତ୍ର ଛାତ୍ରୀ ମାନେ ନିଜ ଅଭିଭାଷଣ ରଖିଥିଲେ। ଶିକ୍ଷୟତ୍ରୀ ବବିତା ପୁରହିତ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରାଜ୍ୟ
ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଜାଜପୁରରେ ଗୁରୁ ଦିବସ ପାଳିତ
- Hits: 345








