ହେଡଲାଇନସ୍:

ନିଆରା ଭାବରେ ଗିଧମାଲ ଗ୍ରାମରେ ଗୁରୁ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଇସିଲାଟ/ମନ ଡନସନା- ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗିଧମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଧନେଶ୍ଵର ବରିହା ଙ୍କ ସଭାପତିତ୍ୱରେ ଗୁରୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିବାରର ସମସ୍ତ ସଦସ୍ୟ ସଦସ୍ୟା, ପରିଚାଳନା କମିଟିର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟ ସଦସ୍ୟା, ମୁଖ୍ୟ ଅତିଥି କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ଏବଂ ଅବସରପ୍ରାପ୍ତ ଗୁରୁବୃନ୍ଦ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଗୁରୁ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ପ୍ରଥମେ ଉପସ୍ଥିତ ଥିବା ସମସ୍ତ ଗୁରୁଜୀ ଏବଂ ଗୁରୁ ମା ମାନଙ୍କୁ ଗୁରୁ ପୂଜା କରାଯାଇଥିଲା । ପରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଏଥିରେ ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ଦାସ, ଯଦୁମଣି ପ୍ରଧାନ ଏବଂ ଏହି ସ୍କୁଲ ର ପୂର୍ବତନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଭୋଇ, ସୁମିତ୍ରା ବରିହା ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନର ସ୍ମୃତି ଚାରଣ କରିବା ସହ ଗୁରୁଙ୍କୁ ସମଗ୍ର ସମାଜର ମାର୍ଗଦର୍ଶକ ଭାବରେ ମତ ବ୍ୟକ୍ତ କରିଥିଲେ । ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଗ୍ରାମ ର କୁନି କୁନି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରି ଖୁବ୍ ଧୁମ୍ ଧାମ ରେ ପାଳନ କରିଥିଲେ । ସହକାରୀ ଶିକ୍ଷକ ପ୍ରହଲ୍ଲାଦ ସାହୁ ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ବିରେନ୍ଦ୍ର ପ୍ରଧାନ, ଶନିଶ୍ଚର ସାହୁ,ସମ୍ପଦ ବାଗ , ରାଧାକାନ୍ତ ଭୋଇ, ମନୋହର କଲେତ, ପବିତ୍ର ସାହୁ ପରିଚାଳନା କରିଥିଲେ । ପ୍ରଥମ କରି ସ୍କୁଲ ରେ ଏଭଳି କାର୍ଯ୍ୟକ୍ରମ ହୋଇଥିବାରୁ ଗ୍ରାମବାସୀ ଖୁବ୍ ଉତ୍ସାହିତ ହୋଇ ସ୍କୁଲ ର ସହକାରୀ ଶିକ୍ଷକ ପ୍ରହଲ୍ଲାଦ ସାହୁଙ୍କୁ ଲୋକେ ଭୂରି ଭୂରି ପ୍ରଶଂସା କରିଥିଲେ ।ତେବେ ସମସ୍ତ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ପ୍ରଧାନ ଶିକ୍ଷକ ଧନେଶ୍ଵର ବରିହା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

0
0
0
s2sdefault