ହେଡଲାଇନସ୍:

କୁଟୁରାଚୁଆଁ କନିଷ୍ଠ କଲେଜ ରେ ୩୩ ତମ ପ୍ରତିଷ୍ଠା ଓ ବିଦ୍ୟାରମ୍ଭ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା : କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜ ରେ ଡକ୍ଟର ସର୍ପବଲ୍ଲି ରାଧାକ୍ରିଷନ ଜନ୍ମଦିନ ଅବସର ରେ ଅଧ୍ୟକ୍ଷ ନିଲାଞ୍ଜଳୀ ତିଓ୍ୟାରୀ ଙ୍କ ସଭାପତିତ୍ବ ରେ ଓ ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ଙ୍କ ପରିଚାଳନା ରେ ୩୩ ତମ ପ୍ରତିଷ୍ଠା ଓ ବିଦ୍ୟାରମ୍ଭ ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି। ପ୍ରାରମ୍ଭ ରେ କୁଚିଣ୍ଡା ଉପ ଜିଲ୍ଲାପାଳ ତଥା କଲେଜ ର ପରିଚାଳନା ସମିତି ର ସଭାପତି ବିଭୁତି ଭୁଷଣ ନାଏକ ଓ ଜମିଦାତା କାର୍ତ୍ତିକେଶ୍ବର ମହାପାତ୍ର ଙ୍କ ଦ୍ବାରା ଦୀପ ପ୍ରଜ୍ଜଳନ ତଥା କଲେଜ ପତାକା ଉତ୍ତୋଳନ କରିବା ପରେ ପ୍ରାଚୀର ପତ୍ରିକା ର ଉନ୍ନୋଚନ କରିଥିଲେ। ଏହି ଅବସର ରେ ଉପସ୍ଥିତ ଅତିଥୀଗଣ ମାଁ ସମଲେଶ୍ବରୀ ଓ ଡକ୍ଟର ସର୍ବପଲ୍ଲି ରାଧାକ୍ରିଷନ ତୈଳଚିତ୍ର ରେ ଦୀପ ପ୍ରଜ୍ଜଳନ ତଥା ପୁଷ୍ପମାଳ୍ୟ ଅର୍ପଣ କରି କାର୍ୟକ୍ରମ କୁ ଉଦଘାଟନ କରିଥିଲେ। ଉତ୍ସବ ରେ କୁଚିଣ୍ଡା ଉପ ଜିଲ୍ଲାପାଳ ବିଭୁତି ଭୁଷଣ ନାଏକ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ଭରା କୁ ବଜାୟ ରଖିବା କୁ ମାର୍ଗଦର୍ଶନ ଦେଇଥିଲେ। ଏହି ଅବସର ରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ବିଶିଷ୍ଟ ଅତିଥୀ ଭାବରେ ଯୋଗ ଦେଇ ଉତ୍ତମ ଶିକ୍ଷା ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ।, କଲେଜ ର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ମୁଖ୍ୟବ୍ୟକ୍ତା ଭାବରେ ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ।

ଏହା ବ୍ୟତୀତ ପୂର୍ବତନ ସଂପାଦକ ହିମାଂଶୁ କୁମାର ମହାପାତ୍ର , ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର,କୁଟୁରାଚୁଆଁ ସରପଞ୍ଚ ପଦ୍ମାବତୀ ପ୍ରଧାନ, ପରିଚାଳନା ସସିତି ର ପୂର୍ବତନ ସଭ୍ୟ ରାଜେନ୍ଦ୍ର ମହାପାତ୍ର,ପୂରାତନ ସଂସଦ ସଭାପତି ଅରୁଣ କୁମାର ପଟେଳ,ଅମୁଲ୍ୟ ମିଶ୍ର, ମନୋରଞ୍ଜନ ପଟେଳ ଅତିଥୀ ଭାବରେ ଯୋଗ ଦେଇ କଲେଜ ର ଅତିତ କୁ ମନେ ପକାଇବା ସହ ଶିକ୍ଷକ ଙ୍କ ଆଦର୍ଶ କୁ ଅନୁସରଣ କରି ଜୀବନ ସଫଳ କରିବାକୁ ମତବ୍ୟକ୍ତ କରିଥିଲେ। ଏହି ଅବସର ରେ ଅଧ୍ୟାପିକା ଭାବନା ପାଣ୍ଡେ କଲେଜ ର ବିବରଣୀ ପାଠ କରିଥିବା ବେଲେ ସତ୍ୟନାରାରଣ ପଟେଳ ଅତିଥୀ ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଉପସ୍ଥିତ ଅତିଥୀଗଣ କଲେଜ ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର ବିଜୟୀ ଓ ବାର୍ଷିକ ପରିକ୍ଷା ରେ ପ୍ରଥମ ଡିଭିଜନ ରେ ପାଶ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। କଲେଜ କୁ ୫ ଟି ଅନୁଦାନ ରେ ରୁପାନ୍ତରିତ କରିବା ପାଇଁ ବିଧାୟକ ନାଏକ ଙ୍କ କରକମଳ ରେ ଶିଳାନ୍ୟାସ ଦେଇଥିଲେ। ଶେଷରେ ଅଧ୍ୟାପକ ସୁଧୀର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ,ଲାଇବ୍ରେରିୟନ ଦେବାନନ୍ଦ ମହାପାତ୍ର,କିରାଣୀ ଭେଷଜ ଗରଡିଆ,ଡିଇଓ ସମିନ ରଞନ ନାଏକ,ପିଅନ ଜୟଦେବ ରାଉତ,ଅସିମ ପରୁଆ, ଉଭୟ ଶ୍ରେଣୀ ର ଛାତ୍ର ଛାତ୍ରୀମାନେ,ପୂରାତନ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।।

0
0
0
s2sdefault