ହେଡଲାଇନସ୍:

ଦୁଇ ଦିନିଆ ଜିଲ୍ଲା ସଂସାଧନ ସଭ୍ଯଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୫.୦୯.୨୦୨୩/ସୁମନ୍ତ କୁମାର ଦାସ: ଲୋକକଳା ମାଧ୍ୟମ ରେ ସୂଚନା,ଶିକ୍ଷା ଓ ଯୋଗାଯୋଗ ଅଭିଯାନ ନିମନ୍ତେ ଗତ ୪ ତାରିଖ ଠାରୁ ଆଦିକବି ସାରଳାଦାସ ସଂସ୍କୃତି ଭବନ ଠାରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇ ଯାଇଛି।ଏହି ଉଦଯାପନ ସମାରୋହ ରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ବାଳ ସମସ୍ତ କଳାକାର ମାନଙ୍କୁ ସେମାନଙ୍କ କଳା ଚାତୁରୀ ମାଧ୍ୟମରେ ସରକାରଙ୍କ ଯୋଜନା ଗୁଡିକୁ ସଠିକ ଭାବେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ।ପରେ ପରେ ସଂସାଧନ ସଭ୍ଯ ମାନେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଠାରୁ ପ୍ରମାଣ ପତ୍ର ଗ୍ରହଣ କରିଥିଲେ।ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ରେ ସରକାରଙ୍କ ର ପ୍ରମୁଖ ୧୦ ଗୋଟି ଯୋଜନା , ଯେପରିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା,ଆମ ହସ୍ପିଟାଲ, ମମତା ଯୋଜନା,ମିଶନ ଶକ୍ତି,5Tହାଇସ୍କୁଲ ରୂପାନ୍ତରିକରଣ, ଆଦର୍ଶ ବିଦ୍ୟାଳୟ,ଫସଲ ବୀମା ଯୋଜନା,କୃଷି ଋଣ ରିହାତି,କ୍ରୀଡା,ଆମ ଓଡିଶା ନବୀନ ଓଡିଶା ସହିତ ଅନ୍ଯାନ୍ଯ ଯୋଜନା ସଂପର୍କ ରେ ବିଭାଗୀୟ ଅଧିକାରୀମାନେ ସବିଶେଷ ସୂଚନା ପ୍ରଦାନ କରିଥିଲେ।ଆଜି ଅନ୍ତିମ ଦିବସ ରେ କଳାକାର ମାନେ ଲୋକକଳାର ଅତ୍ୟନ୍ତ ସୁନ୍ଦର ଶୈଳୀ ରେ ଯୋଜନା ଗୁଡିକର ସମ୍ୟକ ଉପସ୍ଥାପନା କରିଥିଲେ।

ଆସନ୍ତା ୬ ତାରିଖ ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ସଂସାଧିତ ସଭ୍ଯ ମାନେ ବ୍ଲକ ସ୍ତରରେ ପ୍ରଶିକ୍ଷଣ ଦେବେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ,ଶ୍ରୀଯୁକ୍ତ କାମିନୀ ରଂଜନ ପଟ୍ଟନାୟକ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଜେନା ସମସ୍ତ ସଭ୍ଯ ଙ୍କୁ ଉତ୍ସାହିତ କରିବା ସହ ଯୋଜନା ଗୁଡିକୁ ଉପସ୍ଥାପନ କରିବା ସମୟରେ କ'ଣ କହିବେ ଓ ନ କହିବେ ସେହି ବିଷୟ ରେ ପରାମର୍ଶ ଦେଇଥିଲେ।ପରିଶେଷରେ ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault