ହେଡଲାଇନସ୍:

ସମାଜକୁ ନୂତନ ଦିଗଦର୍ଶନ ଦେବାରେ ଶିକ୍ଷକମାନଙ୍କ ଭୁମିକା ଗୁରତ୍ୱପୂର୍ଣ୍ଣ: ଡ. ଅରୁଣ ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁରେ ସାମୁହିକ ଗୁରୁପୁଜନ ଅନୁଷ୍ଠିତ


ଓଡ଼ଗାଁ,୫।୯(ଶ୍ରୀକାନ୍ତ କୁମାର ମିଶ୍ର): ପବିତ୍ର ଗୁରୁ ଦିବସ ଅବସରରେ ଓଡ଼ଗାଁ ବ୍ଳକ ରୋଡ଼ କଲ୍ୟାଣୀ ମଣ୍ଡପ ପରିସରରେ ଅବଶରପ୍ରାପ୍ତ ଗୁରୁମାନଙ୍କୁ ନେଇ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ଗୁରୁପୁଜା ଓ ସମ୍ବର୍ଦ୍ଧନା ଉତ୍ସବ କମିଟିର ସଭାପତି ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ତତ୍ବାବଧାନରେ ଆୟୋଜିତ ଆଜିର ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ସମାଜକୁ ଦିଗଦର୍ଶନ ଦେବାରେ ଶିକ୍ଷକମାନଙ୍କ ଭୁମିକା ଗୁରତ୍ୱପୂର୍ଣ୍ଣ । ଶିକ୍ଷକତା ଏକ ଯୋଗ୍ୟତା । ଅନ୍ୟ ସମସ୍ତ ଯୋଗ୍ୟତା ପରି ଏହା ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ରହିଥାଏ । ଶିକ୍ଷକମାନଙ୍କ ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ଛାତ୍ରଛାତ୍ରୀମାନଙ୍କ ଗୁରୁପୁଜନ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି । ବାର୍ଦ୍ଧକ୍ୟତା ହେଉଛି ଅନୁଭୁତିର ଭଣ୍ଡାର ଘର । ଏଣୁ ଅବସର ପରେ ପାରମ୍ପାରିକ ଗୁରୁପୁଜନ ପରମ୍ପରାକୁ ବଜାୟ ରଖିବା ପାଇଁ ଅଭିନବ ଉପାୟରେ ନୟାଗଡ଼ ଜିଲ୍ଲାର ନୟାଗଡ଼ ଓ ଓଡ଼ଗାଁ ଠାରେ ଅବସରପ୍ରାପ୍ତ ସମସ୍ତ ସ୍ତରର ଶିକ୍ଷକ ମାନଙ୍କୁ ନେଇ ସାମୁହିକ ଗୁରୁପୁଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆପଣମାନଙ୍କ ସଞ୍ଚିତ ଅଭିଜ୍ଞତା, ଅନୁଭବ ଓ ଅନୁଭୁତି ଭବିଷ୍ୟତ ମାନଙ୍କ ପାଇଁ ମାର୍ଗଦର୍ଶକ ହୋଇଥାଏ । ଆପଣମାନଙ୍କ ଲେଖନୀ ଚାଳନା ହେଲେ ସେହି ଅଭିଜ୍ଞତା ସବୁ ଦୀର୍ଘବର୍ଷ ପାଇଁ ସାଇତି ରହିବା ସମ୍ଭବପର ହେବା ସହିତ ଆଗାମୀ ଯୁଗ ନିର୍ମାଣରେ ଆପଣମାନଙ୍କ ବିଦ୍ୟା, ବୁଦ୍ଧି ଜ୍ଞାନ ଭଳି ଅମୂଲ୍ୟ ରତ୍ନଗୁଡିକ ସହାୟକ ହୋଇପାରନ୍ତା । ୨୦୨୩ ମସିହା ସେପ୍ଟେମ୍ବର ମାସ ୫ ତାରିଖ ଓଡ଼ଗାଁ ସରକାରୀ କଲ୍ୟାଣମଣ୍ଡପ ଠାରେ ଆୟୋଜିତ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ନିଜର ବକ୍ତବ୍ୟ ରଖି ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ ।

ପ୍ରତି ବର୍ଷ ପରି ଚଳିତ ବର୍ଷ ନିଆରା ଢଙ୍ଗରେ ପାଳନ ହୋଇଛି ଗୁରୁ ପୂଜନ ପରମ୍ପରା । ଏଥିରେ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ସ୍ତରରେ କାର୍ଯ୍ୟ କରିଥିବା କେବଳ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିଆରା ଢଙ୍ଗରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପୂର୍ବରୁ ପେନ୍‌ସନ ପାଇଁ ଆସୁଥିବା ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବ୍ୟାଙ୍କ ସମ୍ମୁଖରେ ଏକାଠି ଦେଖା ହୋଇ କଥୋପ କଥନ ହୋଇପାରୁଥିଲେ । ଏବେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଉଥିବାରୁ ଆଉ କେହି କାହାକୁ ନିକଟରେ ଦେଖାସାକ୍ଷାତ ହେବା ସମ୍ଭବପର ହୋଇପାରୁନାହିଁ । ତେଣୁ ବର୍ଷର ଏହି ପବିତ୍ର ଦିବସରେ ସମସ୍ତେ ସମସ୍ତଙ୍କୁ ଦେଖିବାର ସୁଯୋଗ ପାଇ ସମସ୍ତେ ଭାବ ବିହ୍ଵଳ ହୋଇ ପଡୁଛନ୍ତି । ଆଜିର ସମାଜରେ ଦିନକୁ ଦିନ ଅପସଂସ୍କୃତି ଓ ଅଘଟଣ ମାନ ଘଟି ଚାଲିଛି । ଏହାକୁ କେବଳ ବୟସ୍କ ମାନେ ଚାହିଁଲେ ରୋକି ପାରିବେ । ଶିକ୍ଷାର ପ୍ରଗତି ଆଗକୁ ଆଗକୁ ଯେତିକି ଯାଈପାରିବ ସମାଜରୁ ଅନ୍ଧ ବିଶ୍ବାସ ଓ କୁସଂସ୍କାର ହଟିପାରିବ । ବୟସ୍କ ମାନେ ନିଜର ଶକ୍ତି ଓ ସାମର୍ଥ୍ୟ ଉପରେ ବିଶ୍ବାସ ରଖି ପାରୁଥିବା ବେଳେ ଆଜିର ଯୁବ ସମାଜ ଦୃବଳ ହୋଇପଡୁଛି । ଯୁବପିଢ଼ୀ ବୟସ୍କ ମାନଙ୍କୁ ଯେତିକି ସମ୍ମାନ ଦେବେ ପ୍ରତିବଦଳରେ ସମାଜ ତାଙ୍କୁ ସେତିକି ସମ୍ମାନ ଦେବ ନିଃସନ୍ଦେହ ବୋଲି ଡ. ସାହୁ କହିଥିଲେ। ଜଣେ ଶିଶୁର ପ୍ରଥମ ଶିକ୍ଷକ ମା’ ଅଟେ।ଶିଶୁଟିଏ ପ୍ରଥମେ ମା’ ଠାରୁ ଶିକ୍ଷା ଗ୍ରହଣ କରିଥାଏ । ସେହିପରି ଶିକ୍ଷକ ହେଉଛି ଶିଶୁର ମା’ଟିଏ । ଏହା ପରେ ସେ ଶିକ୍ଷକ ଠାରୁ ଶିକ୍ଷା ଗ୍ରହଣ କରିଥାଏ । ଅନ୍ୟକୁ ଆପଣେଇ ନେବାର କ୍ଷମତା ଜଣେ ଶିକ୍ଷକ ପାଖରେ ରହିଥାଏ, ଯାହାକି ଅନ୍ୟ କାହାରି ପାଖରେ ନାହିଁ ।

ଏହି ଅବସରରେ ୩୦୦ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଫୁଲ, ଚନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ପରିଷଦ ସଭ୍ୟ ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ ଯୋଗ ଦେଇଥିବା ବେଳେ ନିତ୍ୟାନନ୍ଦ ପ୍ରଧାନଙ୍କ ପରିଚାଳନାରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ପୀତବାସ ସାହୁ, ଶାନ୍ତିପ୍ରିୟା ଦେବୀ, ଦାମୋଦର ଖିଲାର, ଅଧିବାସ ପଣ୍ଡା, ବୃନ୍ଦାବନ ରାଉତ, ଲଡୁକେଶୋର ସାହୁ ପ୍ରମୁଖ ସାମ୍ପ୍ରତିକ ସମୟର ଶିକ୍ଷକତା ଓ ଶିକ୍ଷାବ୍ୟବସ୍ଥା ସମ୍ପର୍କରେ ଆଲୋଚନା ରଖିଥିଲେ ଥିଲେ । ଆଜିର ଅବସରରେ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀ ଇତ୍ୟାଦି ସ୍କୁଲ ମାନଙ୍କରେ ଗୁରୁପୁଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

0
0
0
s2sdefault