ହେଡଲାଇନସ୍:

ବିକାଶ ଧାରାରେ ସାମିଲ ହେବେ ସମ୍ବଲପୁର ଗୋପାଳକ : ନିବେଶ କରିବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆସନ୍ତା ନଭେମ୍ବର୪ ଓ ୫ ତାରିଖରେ ପଶ୍ଚିମଓଡ଼ିଶା ଗୋପାଳନ ସମ୍ମିଳନୀ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ୱାରା ସମ୍ବଲପୁର ଜିଲ୍ଲାର ଦୁଗ୍ଧ ଉତ୍ପାଦକ ଓ ବିତରଣ ପ୍ରୋଜେକ୍ଟକୁ ଅନୁମୋଦନ ଦିଆଯାଇଛି । ଦୁଗ୍ଧ ଉତ୍ପାଦକ ଓ ବିତରଣକୁ ସୁପରିଚାଳନା କରିବା ଏବଂ ଦୁଗ୍ଧ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଆଭାସୀମାଧ୍ୟମରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରସ୍ତାବ ଉପସ୍ଥାପନାକରିଥିଲା । ଯାହାକୁ ଅନୁମୋଦନ କରିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ବୈଠକରେ ଉପସ୍ଥିତ ରହି ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି ଯେ ସମ୍ବଲପୁର ଜିଲ୍ଲାର ଦୁଗ୍ଧ ଉତ୍ପାଦକଙ୍କ ବିକାଶ ପାଇଁ ପଶ୍ଚିମଓଡ଼ିଶା ବିକାଶ ପରିଷଦସର୍ବଦା ଚେଷ୍ଟିତ ।ଏହି ନିବେଶ ସମଲେଶ୍ୱରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ(ସାମୁଲ୍)କୁ ଅଧିକ ଉତ୍ସାହିତ କରିବ ।ଏହାସହ ଗୋପାଳକଙ୍କ ସମୃଦ୍ଧି ଓ ପ୍ରଗତିରେସହାୟକ ହେବ ।
ଅନ୍ୟପକ୍ଷେ ଆସନ୍ତା ନଭେମ୍ବର ୪ ଓ ୫ ତାରିଖରେ ପଶ୍ଚିମ ଓଡ଼ିଶା ଗୋପାଳନ ସମ୍ମିଳନୀର ଆୟୋଜନ କରାଯିବା ନେଇ ଆଲୋଚନା କରାଯାଇଛି । ସମ୍ବଲପୁର ଜିଲ୍ଲାର ଦୁଗ୍ଧଚାଷୀଙ୍କୁ ଯଥେଷ୍ଟ ପ୍ରୋତ୍ସାହନ ଯୋଗାଇଦେବା ପାଇଁଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସୁବିଧାସୁଯୋଗ ମାନ ଯୋଗାଇ ଦିଆଯିବ । ଦୁଗ୍ଧଶୀତଳଭଣ୍ଡାର, ମିଲକ ଟ୍ୟାଙ୍କର, ଆଲୁମିନିୟମ କ୍ୟାନ୍, ଦୁଗ୍ଧରମାନ ପରଖିବା ପାଇଁ ଯନ୍ତ୍ର ଆଦି ଚାଷୀମାନଙ୍କୁ ଯୋଗାଇ ଦିଆଯିବ ।ଏହାରସୁପରିଚାଳନାନିମନ୍ତେ ୩୦ଟି ଦୁଗ୍ଧ ସମବାୟ ସମିତିର ଗଠନ କରାଯିବ । ପ୍ରାୟ ୧୫୦୦ ଦୁଗ୍ଧ ଚାଷୀଙ୍କ ପଞ୍ଜୀକରଣ କରାଯିବା ସହ ସେମାନଙ୍କଠାରୁ ଦୁଗ୍ଧ ସଂଗ୍ରହକରି ବିତରଣକୁ ମଧ୍ୟ ସୁନିଶ୍ଚିତ କରାଯିବ । ଏହି ଯୋଜନା ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡିରେ ମଧ୍ୟ କାର୍ଯ୍ୟକାରୀ କରାଯାଉଛି ।ଏହି ଯୋଜନାଗୁଡ଼ିକୁ ସଫଳ ରୂପାୟନ ଦେବା ପାଇଁ ପଶ୍ଚିମଓଡ଼ିଶା ବିକାଶ ପରିଷଦ ସର୍ବଦା ଆଗଭର ।
ଗୋପାଳକଙ୍କ ଜୀବିକା ଓ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆସନ୍ତା ନଭେମ୍ବର ୪ ଓ ୫ ତାରିଖରେ ପଶ୍ଚିମ ଓଡ଼ିଶା ଗୋପାଳନ ସମ୍ମିଳନୀର ଆୟୋଜନ କରାଯିବ ।ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।କାର୍ଯ୍ୟକ୍ରମରେ ପରିଷଦ ଯଥା ସମ୍ଭବ ଆର୍ଥିକ ନିବେଶ ସହ ସକି୍ରୟ ଯୋଗଦାନ କରିବା ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ଅଂଶୀଦାର, ଦୁଗ୍ଧ ଉତ୍ପାଦକ ଓ ବିତରଣ ସଂଘ, ସ୍ୱୟଂସହାୟକ ଗୋଷ୍ଠୀ, ଯୋଜନା ପ୍ରଣୟନକାରୀ ଆଦି ଯୋଗ ଦେବେ ।
ଆଜିର ଆଭାସୀ ବୈଠକରେ ପରିଷଦରମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ କୁମାର ମିଶ୍ର, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବୈଷୟିକ ପରାମର୍ଶଦାତା ସୁନୀଲ ନାୟକ ଉପସ୍ଥିତ ଥିଲେ ।

 

0
0
0
s2sdefault