ହେଡଲାଇନସ୍:

ନୂଆପଡ଼ା ତିଖାଲି ଡ୍ୟାମ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ନିବେଶ କରିବ ଡ଼ବ୍ଲ୍ୟୁଓଡିସି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ନୂଆପଡ଼ାଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ।ଏହି ପ୍ରାକୃତିକ ସୌନ୍ଦର୍ଯ୍ୟର ବିକାଶଘଟାଇବା ଓ ଜିଲ୍ଲାର ଅନନ୍ୟ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଉପରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଆରୋପ
କରିଛି ।ନୂଆପଡ଼ା ଜିଲ୍ଲାରେ ଥିବା ତିଖାଲି ଡ୍ୟାମ୍ ପ୍ରକଳ୍ପର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ନିବେଶ କରିବ । ପବ୍ଲିକ୍-ପ୍ରାଇଭେଟ୍ ସହଭାଗିତାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ପଶ୍ଚିମଓଡ଼ିଶା ବିକାଶ ପରିଷଦ ଆନୁକୂଲ୍ୟରେ ଆଜି ଏ ସଂକ୍ରାନ୍ତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆଭାସୀମାଧ୍ୟମରେଅନୁଷ୍ଠିତ ହୋଇଥିବାଏହି ବୈଠକରେ ପଶ୍ଚିମଓଡ଼ିଶା ବିକାଶ ପରିଷଦରଅଧ୍ୟକ୍ଷ ଶ୍ରୀଅସିତ ତ୍ରିପାଠୀ ଯୋଗଦେଇ କହିଛନ୍ତି ଯେ ଲୋୟର ଇନ୍ଦ୍ର ପ୍ରକଳ୍ପର ତିଖାଲି ଡ୍ୟାମ୍ ସୌନ୍ଦର୍ଯ୍ୟକରଣ କରାଗଲେ ଏହା ଅଗଣିତ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ଅଞ୍ଚଳର ପ୍ରଗତି ସାଧିତ ହେବ ।ସ୍ଥାନୀୟ ଜନସାଧାରଣ ମଧ୍ୟଉପକୃତ ହେବେ । ବୋଟ୍ କ୍ଲବ ,ଫ୍ଲୋଟିଂ ଜେଟି, ବୋଟିଂ, ଶୌଚାଳୟ, କାଫେ ଓ ଫୁଡ୍ ଲାଉଞ୍ଜ , ଷ୍ଟାଫ୍ କ୍ୱାର୍ଟର , ଓ୍ୱାଟରସ୍ଲାଇଡ୍, ଓ୍ୱାଟର ପ୍ଲେ ମସରୁମ୍ଆଦିର ବ୍ୟବସ୍ଥା କରାଯିବ । ପରିବେଶ ପର୍ଯ୍ୟଟନ ସହାୟତା କେନ୍ଦ୍ର,ଓ୍ୱାଟରଫ୍ରଣ୍ଟ ଡେଭଲପ୍ମେଣ୍ଟ ଓ ସଂଗ୍ରହାଳୟର ପ୍ରତିଷ୍ଠା କରାଯିବା ନେଇ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କଉଦ୍ୟମରେ ୨୦୧୯ ମସିହାରେ ତିଖାଲି ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ।ଇନ୍ଦ୍ର ନଦୀ ଉପରେ ଏହି ଜଳସେଚନ ପ୍ରକଳ୍ପନିର୍ମାଣ କରାଯାଇଛି ।ଏହି ସ୍ଥାନକୁ ଏକ ରାଜ୍ୟସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁନୂଆପଡ଼ାଜିଲ୍ଲା ପ୍ରଶାସନ ସମେତ ପଶ୍ଚିମଓଡ଼ିଶା ବିକାଶ ପରିଷଦ ସଂକଳ୍ପବଦ୍ଧ । ବୈଠକରେ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଜିତ୍କୁମାରମିଶ୍ର, ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସାଏ, ବୈଷୟିକ ପରାମର୍ଶଦାତା ଶ୍ରୀସୁନୀଲ ନାୟକ ଯୋଗଦେଇ ପ୍ରକଳ୍ପ ସମ୍ବନ୍ଧରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

 

0
0
0
s2sdefault