ହେଡଲାଇନସ୍:

ପିତଳ ଛକ ଚନ୍ଦ୍ରିକା ଶିଶୁ ଆବାସିକ ବିଦ୍ୟାମନ୍ଦିର ରେ ଗୁରୁ ଦିବସ‌ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଛକ ଚନ୍ଦ୍ରିକା ଶିଶୁ ଆବାସିକ ବିଦ୍ୟାମନ୍ଦିରରେ ପ୍ରଧାନାଚାର୍ଯ୍ଯ ବିଚିତ୍ରାନନ୍ଦ ମୁନିଙ୍କ ସଭାପତିତ୍ବରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ତଥା ଶେରଗଡ଼ ମିଡିଆ ହାଉସର ଉପଦେଷ୍ଟା ଡାକ୍ତର ହୃଷୀକେଶ ମହାନ୍ତି ମୂଖ୍ୟ ଅତିଥି ରୂପେ ଯୋଗଦେଇ ଗୁରୁ ପୂଜନ ଦିବସର ମହତ୍ତ୍ଵ ସମ୍ପର୍କରେ ଉଦଵୋଧନ ଦେବା ସହ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଏହି‌ ଅବସରରେ‌ ଅବସର ପ୍ରାପ୍ତ ‌ଶିକ୍ଷକ ବି. ଗୋପାଳ ପାତ୍ର ଓ ସୁରେନ୍ଦ୍ରନାଥ ଚୌଧୁରୀଙ୍କୁ ସମ୍ମାନୀତ କରାଯାଇଥିଲା। ପ୍ରାରମ୍ଭରେ‌ ଗୁରୁ ପୂଜନ ପରେ ସଭାପତି ଶ୍ରୀ ମୁନି ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସୂଚନା ଦେଇଥିଲେ।।ବିଭିନ୍ନ ପ୍ରତିଯୋଗିତା ରେ ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ‌ ଅତିଥି‌ମାନେ ଟ୍ର‌ଫି ଓ ପୁରସ୍କାର ଵିତରଣ କରିଥିଲେ।
ଉତ୍ସବ ରେ ଵର୍ଷାରାଣୀ‌ ମୁନି, ଲଳିତା ସ୍ବାଇଁ, ନିରାମୟ ପାତ୍ର, ସଞ୍ଜୁକ୍ତା ସାମନ୍ତରାୟ, ବୈଜୟନ୍ତୀ ମହାନ୍ତି,ଶଙ୍କର ବେହେରା, ଆରତୀ ନାୟକ, ଜଗଦାନନ୍ଦ ମୁନି, ସନ୍ତୋଷୀନୀ ସ୍ବାଇ,ଵର୍ଷାରାଣୀ ଜେନା,ଯାଜ୍ଞସେନୀ ପୋଲାଈ ଓ ଲିଙ୍କି‌ ପାତ୍ର ସମେତ ସମସ୍ତ ଗୁରୁଜୀ ଓ ଗୁରୁ ମାଁ, ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।

0
0
0
s2sdefault