ହେଡଲାଇନସ୍:

ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ନିଶୁଳ୍କ ମୁଖ, ଦାନ୍ତ ଚିକିତ୍ସା ଓ ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର : ଆଜି ରସୁଲଗଡ ସ୍ଥିତ ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ନିଶୁଳ୍କ ମୁଖ, ଦାନ୍ତ ଚିକିତ୍ସା ଓ ସଚେତନତା ଶିବିର ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରକୁ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଥି ସହିତ ଓଡ଼ିଶା ମୋ ପରିବାର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ସ୍ଥାନୀୟ କର୍ପୋରେଟର ଏସ, କେ ନୁରହାସନ, ଛାତ୍ର ବିଜେଡ଼ି, ସାଧାରଣ ସମ୍ପାଦକ ସୌମ୍ୟ ରଂଜନ ପ୍ରଧାନ ସହ ଓଡ଼ିଶା ଡିଜେଲ ଇଞ୍ଜିନ ଜିଏମ୍ ଅପୂର୍ବ ବର୍ମା ଉପସ୍ଥିତ ଥିଲେ ।

ଏହି ଶିବିରରେ ଟ୍ରକ୍ ଡ୍ରାଇଭର ଓ ନିର୍ମାଣ ଶ୍ରମିକ, ବିଭିନ୍ନ ଉଠା ଦୋକାନୀ ମାନଙ୍କ ସହିତ ୧୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ହାଇ ଟେକ୍ ମେଡିକାଲ କଲେଜର ଡାକ୍ତର ଉପସ୍ଥିତ ରହି ମୁଖ ଓ ଦାନ୍ତ ଚିକିତ୍ସା କରିଥିଲେ।

ଆସୋସିଏସନର ସମ୍ପାଦକ ସୁଶାନ୍ତ ରଣା, ସଭାପତି ନିଖିଲ ରାଉତରାୟ, କୋଷାଧ୍ୟକ୍ଷ ସମୀର କୁମାର ବେହେରା, ଉପଦେଷ୍ଟା ତ୍ରିଲୋଚନ ରାଉତରାୟ ସହିତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

0
0
0
s2sdefault