ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ପବିତ୍ର ଗୁରୁ ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା,ଭଞ୍ଜନଗର ର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ମାନ ସବୁ ଆୟୋଜନ ହେଉଥିବା ବେଳେ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ତେଜସ୍ବିନୀ ର ଭଞ୍ଜନଗର ଶାଖା ,ତଥା ଆଞ୍ଚଳିକ ପରିବହନ ବିଭାଗ ଭଞ୍ଜନଗର ଓ ବୈଷୟିକ ତାଲିମ ଶିକ୍ଷା ଅନୁଷ୍ଠାନ ର ସହଯୋଗରେ ଏକ କାର୍ଯ୍ୟକ୍ରମ ଭଞ୍ଜନଗର ଆର୍.ଟି.ଓ କାର୍ଯ୍ୟଳୟ ପରିସର ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ( ସରକାରୀ ଆଇ.ଟି.ଆଇ) ର ଛାତ୍ରଛାତ୍ରୀ ମାନେ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଭାବେ (ଡି. ଏଫ୍ . ଓ) ଵିନୋଦ ଆଚାର୍ଯ୍ୟ, ସହକାରୀ ବନ ସଂରକ୍ଷକ ଶ୍ରୀ ପ୍ରଭାକର ନାୟକ,ଭଞ୍ଜନଗର, ତେଜସ୍ବିନୀ ଅନୁଷ୍ଠାନ ର ନିର୍ଦେଶିକା ଜ୍ୟୋତି ସିଂ ଡୁଡୁ ଏବଂ ନିର୍ଦେଶକ ଶ୍ରୀ ଚିଦାନନ୍ଦ ଶତପଥୀ , ସମେତ ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀଯୁକ୍ତ ସୁଳପାଣି ଶତପଥି ମହୋଦୟ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଭେନ୍ଦୁ ରଂଜନ ରାୟ, ଭଞ୍ଜନଗର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ଲୋକେଶ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ। ଗୁରୁ ଦିବସ ଅବସରରେ ଶିକ୍ଷକ ବି. ଗୋବିନ୍ଦ ରାଓ ଓ ଶ୍ରୀ ପଞ୍ଚାନନ ମିଶ୍ର ଙ୍କୁ ସମର୍ଦ୍ଧନା କରାଯାଇଥିଲା।
ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ସମ୍ପର୍କିତ ସୂଚନା ଦେବା ସହ, ଗାଡି ମୋଟର ଚାଳନା ସୁରକ୍ଷା ସଚେତନତା କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ଓ ଅତିଥି ମାନେ ବି ଚାରା ରୋପଣ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟରେ ସହଯୋଗୀ ହୋଇଥିଲେ , ଵିପଦର ବନ୍ଧୁ ଅନୁଷ୍ଠାନ ଓ ଶ୍ରୀ ନାରାୟଣ ମହାରଣା। ତେଜସ୍ବିନୀ ଅନୁଷ୍ଠାନ ର ମୁଖ୍ୟ, ଆଗକୁ କିପରି ଏହି ଅନୁଷ୍ଠାନ ର କାର୍ଯ୍ୟକ୍ରମ ସବୁ ଭଞ୍ଜନଗର ଓ ଗ୍ରାମାଞ୍ଚଳରେ ମଧ୍ୟ କରାଯିବ, ସେ ବିଷୟରେ ସୂଚନା ଦେଇଥିଲେ।
ରାଜ୍ୟ
ପବିତ୍ର ଗୁରୁ ଦିବସ ଉପଲକ୍ଷେ ତେଜସ୍ବିନୀ ସାମାଜିକ ସଂଗଠନ ର ନିଆରା କାର୍ଯ୍ୟକ୍ରମ
- Hits: 1064








