ହେଡଲାଇନସ୍:

ଗୁରୁପୂଜା ଓ ଶିକ୍ଷକ ଗୌରବ ସମ୍ମାନ ସମାରୋହ-2023

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁରୁଜୀ ଗୁରୁମା ହେଉଛନ୍ତି ବିଶ୍ୱକର୍ମା ସଦୃଶ ମୂଳ ଭିତିଭୁମିରୁ ଯଦି ଛାତ୍ର ଛାତ୍ରୀ ଙ୍କୁ ଗଢିତୋଳିବେ ତାହେଲେ ଏକ ସୁସ୍ଥ ସମାଜ ଗଢି ହୋଇପାରିବ- ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି l

(ମାହାଙ୍ଗା-ଶାସକ ପ୍ରଶାସକ): ପବିତ୍ର ଗୁରୁଦିବସ ଅବସରରେ ମାହାଙ୍ଗା - ନିଶ୍ଚିନ୍ତକୋଇଲି ଗୁରୁପୂଜା କମିଟି ପକ୍ଷରୁ ଗୁରୁପୂଜା ଓ ଶିକ୍ଷକ ଗୌରବ ସମ୍ମାନ ସମାରୋହ-2023 ମାହାଙ୍ଗା ବ୍ଲକ ଗୋତରା ଭବାନୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l  ଗୁରୁଦିବସ ଅବସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ନୋଡାଲ ଉପ୍ରା ମଇ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପୂଜ୍ୟ ଗୁରୁଜୀ, ଗୁରୁମା ଏବଂ ସେବା ନିବୃତ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା l

ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ସଭାପତିତ୍ୱ ରେ ଉଦଘାଟନ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦାନ କରି ଗୁରୁଦିବସ ଅବସରରେ ଗୁରୁପୂଜା ଓ ଶିକ୍ଷକ ଗୌରବ ସମାରୋହ-2023 ରେ ଗୁରୁଜୀ ଗୁରୁମା ଙ୍କୁ ସମ୍ମାନୀତି କରିବା ସହ ଗୁରୁଜୀ ଗୁରୁମା ହେଉଛନ୍ତି ବିଶ୍ୱକର୍ମା ସଦୃଶ ମୂଳ ଭିତିଭୁମିରୁ ଯଦି ଛାତ୍ର ଛାତ୍ରୀ ଙ୍କୁ ଗଢିତୋଳିବେ ତାହେଲେ ଏକ ସୁସ୍ଥ ସମାଜ ଗଢି ହୋଇପାରିବ ଏବଂ ଆଗାମୀ ଦିନରେ ଏକ ବିକଶିତ ଦେଶ ନିର୍ମାଣ ରେ ଆଗାମୀ କାଲିର ଭବିଷ୍ୟତ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ ବୋଲି ପ୍ରକାଶ କରିବା ସହିତ ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଏହିଭଳି ଉଚ୍ଚକୋଟିର କାର୍ଯ୍ୟକ୍ରମ ହୋଇପାରିଛି ଯାହାକି ସମଗ୍ର ଓଡ଼ିଶାରେ ବେଶ ସୁନାମ ଅର୍ଜନ କରିପାରିଛି ବୋଲି ପ୍ରକାଶ କରିଥିଲେ l ମୁଖ୍ୟଅତିଥି ଭାବେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି, ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଅତିଥି ଭାବେ ବ୍ଲକ ଅଧକ୍ଷା ଦୀପା ମଲିକ, ରୋଜି ସେଠୀ,ଜିଲ୍ଲାପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମଣ୍ଡଳ ଶିକ୍ଷାଧିକାରୀ ଚକ୍ରଧର ବେହେରା, ଲକ୍ଷହୀରା ଲାବଣ୍ୟବତୀ ବେହେରା, ବ୍ଲକ ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ଅଶୋକ କୁମାର ଓଝା ପ୍ରମୁଖ ଯୋଗଦାନ କରି ଗୁରୁଜୀ ଗୁରୁମା ଙ୍କ ଉଦେଶ୍ୟରେ ଗୁରୁଦିବସ ଅବସରରେ ବାର୍ତ୍ତା ରଖୀଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଶିକ୍ଷାବିତ ଅକ୍ଷୟ କୁମାର ଷଡ଼ଙ୍ଗୀ, ଚୌଧୁରୀ ରମାକାନ୍ତ ପ୍ରହରାଜ, ବିଜ୍ଞାନ ପର୍ଯ୍ୟବେକ୍ଷକ ଅକ୍ଷୟ ନନ୍ଦ ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

0
0
0
s2sdefault