ଜଗତସିଂହପୁର,ତା-୦୫.୦୯.୨୦୨୩/ସୁମନ୍ତ କୁମାର ଦାସ: ଘନଉଚି ଶାରଳା ମନ୍ଦିର କମିଟି ବିବାଦ, ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଅଭିଯୋଗ ଦେଲେ ପାଞ୍ଚ ସାହି ର ରାଉଳ ସେବାୟତ | ସୂଚନା ଅନୁସାରେ ଗତ ଜୁନ ମାସ ୨ ତାରିଖ ରେ ଜଗତସିଂହପୁର ଝଙ୍କଡ଼ ବାସିନୀ ମାଆ ଶାରଳା ଙ୍କ ମନ୍ଦିର ରେ ନୂତନ କମିଟି ଓ ନିୟମାବଳୀ କୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ଚର୍ଚ୍ଚା ହେବାପରେ ଏ ନେଇ ସେବାୟତ ମାନଙ୍କ ମଧ୍ୟରେ ୨ ଗୋଷ୍ଠୀ ହେବା ସହ, ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ପରିଲକ୍ଷିତ ହୋଇଛି l ଏ ବାବଦରେ ଆଜି ସେବାୟତ ପାଞ୍ଚ ସାହି ର କିଛି ସେବାୟତ ମାନେ ଜିଲ୍ଲାପାଳଙ୍କୁ ଏ ବାବଦରେ ପୁନର୍ବିଚାର କରିବା ପାଇଁ ଗୁହାରି କରିଥିବା ବେଳେ, ସେମାନଙ୍କ କଥା ବିଚାର କୁ ନିଆ ନ ଗଲେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦେବାର ପ୍ରତିକ୍ରିୟା ଦେଇଛନ୍ତି l ସେମାନଙ୍କ ଅଭିଯୋଗ ଅନୁଯାୟୀ କିଛି ସେବାୟତ ଓ କିଛି ସରକାରୀ ଅଧିକାରୀ ରାଜନୈତିକ ଅଭିସନ୍ଧି ରଖି ଲୁକ୍କାୟିତ ଭାବେ ପାଞ୍ଚ ସାହି ର ସେବାୟତଙ୍କ ଅଗୋଚର ରେ ନିଜେ ନିଜେ ନିଷ୍ପତି ନେଇ କମିଟି ଗଠନ କରିବା ସହ, କିଛି ନିୟମାବଳୀ ପ୍ରଣୟନ କରିଥିବାର ଗଣମାଧ୍ୟମ ରେ ପ୍ରଚାରିତ ହେଉଅଛି.. କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ନିୟମାବଳୀ କାର୍ଯ୍ୟକାରୀ ହୋଇନାହିଁ l କିନ୍ତୁ ପାଞ୍ଚ ସାହି ର କୌଣସି ସେବାୟତ ଙ୍କୁ ଏହି ଆଲୋଚନା ରେ ସାମିଲ ନକରି ଏପରି ନିଷ୍ପତି ନିଆଯାଇଥିବାରୁ l ଉକ୍ତ କମିଟି ଓ ନିୟମାବଳୀ କୁ ନେଇ ଅଭିଯୋଗ କାରି ମାନେ ଅସନ୍ତୋଷ ପ୍ରକାଶ କରିବା ସହ, ଏ ବାବଦରେ ବିଧିବଦ୍ଧ ଭାବେ ପୁନଃ ଆଲୋଚନା କରି ନିଷ୍ପତି ନେବା ପାଇଁ ଦାବି କରିଛନ୍ତି l ତେବେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଅଭିଯୋଗ କାରି ମାନେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଥିବା ଜଣାପଡିଛି l
ରାଜ୍ୟ
ଘନଉଚି ଶାରଳା ମନ୍ଦିର କମିଟି ବିବାଦ
- Hits: 360








