ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ହାଇ ସ୍କୁଲ ପଡିଆ ଠାରେ ଆଜି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଙ୍କର ଦ୍ୱାରା ବ୍ଲକ ର 22 ଗୋଟି ପାଞ୍ଚାୟତ କୁ 22 ଗୋଟି ବେଟେରୀ ଚଳିତ ଗାଡି ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ପ୍ରତେକ ଗ୍ରାମର ପ୍ରତେକ ଘରୁ ଏଣିକି ନିୟମିତ ଭାବରେ ଏହି ଗାଡି ସାହାଯ୍ୟ ରେ ଘରର ବର୍ଜବସ୍ତୁ ସଂଗ୍ରହ କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଯାହା ଫଳରେ ଅନେକ ପ୍ରକାର ରୋଗ ତଥା ସଂକ୍ରମଣ ରୁ ମଧ୍ୟ ରକ୍ଷା ମିଳି ପାରିବ । ଏହି ଗାଡ଼ି ଗୁଡିକ ପାଞ୍ଚାୟତ ର ତାଲିମ ପ୍ରାପ୍ତ ମା ମାନଙ୍କ ଦ୍ୱାରା ପରିଚାଳନା କରାଯିବ ।
ଆଜି ପଡିଆ ଠାରେ ଆୟୋଜିତ ଏକ ସଭାରେ ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା , ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଭାବନା ସିଂ , ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ନାଥ ସାହୁ ଓ ଅନ୍ୟାନ୍ୟ ଅନେକ ଭଦ୍ରବ୍ୟକ୍ତି ଓ ଲୋକ ପ୍ରତିନିଧି ଙ୍କର ଉପସ୍ଥିତିରେ ଏହି ଗାଡି ଗୁଡିକ ପାଞ୍ଚାୟତ ପ୍ରତିନିଧି ମାନଙ୍କୁ ହସ୍ତାନ୍ତର କରିଥିଲେ ।








