ହେଡଲାଇନସ୍:

ଟାଟା ଷ୍ଟିଲ୍ ର ଖଣି ଖନନ ପାଇଁ ସମସ୍ତ ୱାର୍ଡ ସଭା କୁ ସ୍ଥାନୀୟ ବାସିନ୍ଦାଙ୍କ ସମର୍ଥନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯୋଡା:: କେନ୍ଦୁଝର ଜିଲ୍ଲା ସ୍ଥିତ ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ମେସର୍ସ ଟାଟା ଷ୍ଟିଲ ଲିମିଟେଡ ଦ୍ଵାରା ପରିଚାଳିତ ଯୋଡା ଇଷ୍ଟ ଲୌହ ଖଣି, ମନମୋରI ମାଙ୍ଗାନିଜ ଖଣି, ବାମେବାରି ଲୌହ ଓ ମାଙ୍ଗାନିଜ ଖଣି ଏବଂ ଯୋଡା ୱେଷ୍ଟ ଲୌହ ଓ ମାଙ୍ଗାନିଜ ମାଇନ୍ସ ରେ ଖଣି ଖନନ ନିମନ୍ତେ ଯୋଡା ପୌରପାଳିକା ମଧ୍ୟ ରେ ଅନୁଷ୍ଠିତ ସମସ୍ତ 10 ଗୋଟି ୱାର୍ଡ ସଭା କୁ ସ୍ଥାନୀୟ ବାସିନ୍ଦା ସମର୍ଥନ କରିଛନ୍ତି I

ଏହି ସଂକ୍ରାନ୍ତୀୟ ଏକ ସଭା, ଯୋଡା ପୌରପାଳିକା ର 13 ନମ୍ବର ୱାର୍ଡ ରେ ସ୍ଥାନୀୟ ୱାର୍ଡ ଅଫିସ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି I ଏଥିରେ ଯୋଡା ୱେଷ୍ଟ ଖଣି ରେ ଖଣି ଖନନ ପାଇଁ 29.795 ହେକ୍ଟର ଏବଂ, ଯୋଡା ଇଷ୍ଟ ଲୌହ ଓ ମନମୋରI ମାଙ୍ଗାନିଜ ଖଣି ରେ ଖଣି ଖନନ ପାଇଁ 8.341 ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ନିମନ୍ତେ କମ୍ପାନୀ ପକ୍ଷରୁ ପ୍ରସ୍ତାବ ରଖାଯାଇଛି I ଏହି ସଭା ରେ ମୋଟ 87 ଜଣ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ନିଜର ମତ ବ୍ୟକ୍ତ କରି ସମର୍ଥନ ଜଣାଇଥିଲେ I

ଏଥି ପୂର୍ବରୁ ଯୋଡା ପୌରପାଳିକା ର ଭିନ୍ନ ଭିନ୍ନ ୱାର୍ଡ ରେ ଏହିଭଳି ସଭା ଅନୁଷ୍ଠିିତ ହୋଇଥିଲା I ଯୋଡା ୱେଷ୍ଟ ଲୌହ ଓ ମାଙ୍ଗାନିଜ ମାଇନ୍ସ ରେ ଖଣି ଖନନ ପାଇଁ 9, 10, 11, 13 ଏବଂ 14 ନମ୍ବର ୱାର୍ଡ ରେ ସଭା ହୋଇଥିବା ବେଳେ ବାମେବାରି ଖଣି ରେ ଖନନ ପାଇଁ 1 ଓ 3 ନମ୍ବର ୱାର୍ଡରେ ଏବଂ ଯୋଡା ଇଷ୍ଟ ଲୌହ ଓ ମନମୋରI ମାଙ୍ଗାନିଜ ଖଣି ରେ ଖଣି ଖନନ ପାଇଁ 6, 8, 12 ଏବଂ 13 ନମ୍ବର ୱାର୍ଡରେ ସଭା ଅନୁଷ୍ଠିତ ହୋଇଥିଲା I

ଏହି ୱାର୍ଡ ସଭା ଗୁଡିକରେ ସ୍ଥାନୀୟ ଲୋକେ ବହୁମାତ୍ରାରେ ଯୋଗଦେଇ ନିଜର ମତାମତ ରଖିଥିଲେ I ଖଣି ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅଧିକ ରୁ ଅଧିକ ବନୀକରଣ, ସ୍ଥାନୀୟ ବାସିନ୍ଦା ଙ୍କୁ ନିଯୁକ୍ତି ସୁଯୋଗ, ପାରିପାର୍ଶ୍ବିକ ଉନ୍ନତି, ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ କେନ୍ଦ୍ର ସ୍ଥାପନ ଓ ସେମାନଙ୍କ ପାଇଁ ବୈଷୟିକ ଶିକ୍ଷା ର ସୁବିଧା ସୁଯୋଗ ସୃଷ୍ଟି କରାଇବା ପାଇଁ ସେମାନେ କମ୍ପାନୀ ନିକଟରେ ଦାବୀ ଉପସ୍ଥାପନ କରିଥିଲେ I

ଏହାଛଡ଼ା, ସ୍ଥାନୀୟ ଅଞ୍ଚଳର ବହୁବିଧ ଉନ୍ନତି ପାଇଁ ପଦକ୍ଷେପ ନେବାପାଇଁ ମଧ୍ୟ ସେମାନେ କମ୍ପାନୀକୁ ଅନୁରୋଧ କରିଥିଲେ I

ସୋମବାର ଅନୁଷ୍ଠିତ ସଭାରେ ଯୋଡା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ, ଯୋଡା ପୌରପାଳିକା ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ପାତ୍ର, 13 ନମ୍ବର ୱାର୍ଡ କାଉନସିଲର ଦୀପ୍ତି ରଞ୍ଜନ ବେହେରା, ବଡବିଲ ରାଜସ୍ଵ ସୁପରଭାଇଜର ଲାଲ ମୋହନ ମହାପାତ୍ର, ଯୋଡା ଫରେଷ୍ଟ ସେକସନ ଅଫିସର ତ୍ରିନାଥ ଜେନା, ଯୋଡା ବ୍ଲକ ୱେଲଫେଆର ଏକ୍ସଟେନସନ ଅଫିସର ସ୍ୱରୁପ ବିଶୋଇ, ଏଫ୍ ଆର ସି ସଭାପତି ଆକାଶ ମୁଣ୍ଡା ଓ ସମ୍ପାଦକ କୁନୁନ ମୁଣ୍ଡା ଏହି ସଭାରେ ଉପସ୍ଥିତ ଥିଲେ I

0
0
0
s2sdefault