ହେଡଲାଇନସ୍:

ସରକାରୀ ନିର୍ଦ୍ଦେଶାନାମାକୁ ଫୁ ...

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡାକ୍ତରଖାନା ଛାଡିବାକୁ ଡାକ୍ତରଙ୍କ କୁଂଥୁ କୁଂଥୁ..

  • ୟାଙ୍କ ପାଇଁ କଣ 5 T ଏଇଆ , ଗୋଟେ ଜାଗାରେ ୨୮ ବର୍ଷ

  • ସ୍ୱାସ୍ଥ୍ୟ ବିଭାଗ ଉପରେ କିଏ କି ଯେ ଯାହାପାଇଁ ବଦଳି ଆଦେଶ ଡଷ୍ଟବିନରେ !!!

  • ଗୋଟିଏ ଡାକ୍ତରଖାନାରେ ୨୭ ବର୍ଷ ରୁ ଉର୍ଦ୍ଧ ରହିବା ପରେ ଅନ୍ୟତ୍ର ଯିବାକୁ ମାନୁନି ମନ...

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟର ବହୁ ଅସୁବିଧା ଦେଇ ଗତି କରୁଥିବାର ପରିଲକ୍ଷିତ ହେଉଥିବା ବେଳେ ବିଭାଗୀୟ ଡାକ୍ତରଙ୍କ ମାତ୍ରାଧିକ ସଂଖ୍ୟା କମ ରହିଥିବା କାରଣରୁ ଆଠମଲ୍ଲିକ ଉପଖଣ୍ଡରେ ସ୍ୱାସ୍ଥ୍ୟ ସେବା ଭୁଶୁଡିବାରେ ଲାଗିଛି I ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା - ୨୦୭୭୩ ତା.୧୭.୦୮.୨୦୨୩ ଅନେକ ଡାକ୍ତରଙ୍କ ବଦଳି ହୋଇଥିବା ବେଳେ ତନ୍ମଧ୍ୟରୁ ଆଠମଲ୍ଲିକ ଉପଖଣ୍ଡର ଡାକ୍ତର ସୁନୀଲ କୁମାର ପଣ୍ଡାଙ୍କ କୋରାପୁଟ ବଦଳି ହୋଇଥିବା ବେଳେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ଅଶୋକ କୁମାର ମଲ୍ଲିକ ଙ୍କ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟ କୁ ବଦଳି ହୋଇଛି I କିନ୍ତୁ ଡାକ୍ତର ମହାଶୟ କିନ୍ତୁ ଡାକ୍ତରଖାନା ଛାଡିବାକୁ ନାରାଜ I ଏନେଇ ଅନୁଗୋଳ ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସାଧିକାରୀ ଙ୍କୁ ପଚାରିବାରୁ ଅନ୍ୟ ମେଡିକାଲରୁ ଡାକ୍ତର ଯୋଗଦାନ କଲେ ଆମେ ରିଲିଭ କରିବୁ ଏବଂ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚାରିଲେ ସେହି ସମାନ ଉତ୍ତର ଦେଉଛନ୍ତି I ପ୍ରଶ୍ନ ଉଠୁଛି କେଉଁ ଡାକ୍ତର ଆଗ ଆସି ଯୋଗଦାନ କରିବେ ? ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଓଡ଼ିଶା ସରକାରଙ୍କ ନିର୍ଦେଶକୁ ଆଗ କେଉଁ ଅଧିକରୀ ମାନିବେ?
ନା ଭିତିରିଆ କୌଣସି କାରଣ ରହିଛି? ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଅଞ୍ଚଳବାସୀଙ୍କ ମନରେ I
ପୂର୍ଵରୁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଅଧିକାରି ଡାକ୍ତର ପଣ୍ଡାଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଆଠମଲ୍ଲିକ ଅଂଚଳର ଅନେକ ସଂଗଠନ,ସ୍ୱସ୍ଥ୍ୟIସେବୀ ମାନେ ଲିଖିତ ଅଭିଯୋଗ ଏବଂ ଟୁଇଟର ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ତଥା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ କିଛିଦିନ ପରେ ତାଙ୍କ ବଦଳି ନିର୍ଦେଶନାମା ଆସିଥିଲା I ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦେଶାନାମାକୁ ଡାକ୍ତର ପଣ୍ଡା ବେଖାତିର କରିବା ଯୋଗୁଁ ଆଠମଲ୍ଲିକ ଅଂଚଳର ଯୁବଗୋଷ୍ଠୀ ବର୍ତମାନ ଟୁଇଟର ମାଧ୍ୟମରେ ଅଭିଯୋଗ କରୁଥିବାର ଟ୍ରେଣ୍ଡି ଦେଖିବାକୁ ମିଳିଛି I ଦେଖା ଯାଉ ସରକାରୀ ନିର୍ଦେଶନାମାକୁ ପ୍ରଶାସନିକ ଅଧିକାରୀ ମାନେ କେବେ ପାଳନ କରିବେ?

0
0
0
s2sdefault